ବିଷାକ୍ତ ଖାଦ୍ୟ ଖାଇ ୩ ମୃତ: ପୁଅଝିଅଙ୍କ ପରେ ଆଖି ବୁଜିଲେ ମା

ମାଣିଆବନ୍ଧ: କଟକ ବଡମ୍ବାରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି ଗୋଟିଏ ପରିବାରରୁ ଏକା ସହ ପୁଅ ଓ ଝିଅଙ୍କ ପରେ ଗତକାଲି ବିଳମ୍ବିତ ରାତିରେ ମା ବି ଆଖି ବୁଜିଛନ୍ତି।
ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁରୁ ଆସିଛି ଏହି ହୃଦୟବିଦାରକ ଖବର। ଗତ ଣୁକ୍ରବାର ରାତ୍ରିରେ ଘରେ ମା ରୁପା ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ। ସମସ୍ତେ ଆନନ୍ଦ ଉଲ୍ଲାସର ସହ ଖାଇଥିଲେ। ପରେ ଦାଣ୍ତରେ ପୂଜା କରୁଥିବା ଗଣେଶଙ୍କର ପ୍ରତିମୂର୍ତ୍ତିକୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। କିନ୍ତୁ ଖାଇସାରିବା ପରେ କିଛି ଭିନ୍ନ ଘଟଣା ଘଟିଥିଲା ।
ହଠାତ ପୁଅ ରୁଦ୍ର ପାତ୍ର(୧୦ବର୍ଷ) ଏବଂ ଝିଅ ରୁଚିକା ପାତ୍ର(୭ବର୍ଷ) ଙ୍କର ଭୀଷଣ ବାନ୍ତି ସହ ମୁଣ୍ଡ ବୁଲାଇ ହେବାରୁ ପ୍ରଥମେ ତାଙ୍କୁ ସ୍ଥାନୀୟ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥାନୀୟ ଅଧିବାସୀଙ୍କର ସୂଚନା ମୁତାବକ ଚାଟରେ କିଛି ବିଷାକ୍ତ ପଦାର୍ଥର ମିଶ୍ରଣ ଯୋଗୁଁ ଏହିପରି ହୋଇଛି । ଠିକ ୧୫ ମିନିଟ ମଧ୍ୟରେ ପୁଣି ଉଭୟ ବାପା ଗୋବିନ୍ଦ ପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ରୁନୁ ପାତ୍ରଙ୍କର ବାନ୍ତି ହେବା ସହ ଅଚେତ ହୋଇ ପଡ଼ିଥିଲେ। ତେବେ ଏକା ସହ ପରିବାରର ୪ ଜଣକୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଝିଅ ରୁଚିକା ପାତ୍ର ଏବଂ ଦିନ ଠିକ ୧୧ଟା ସମୟରେ ପୁଅ ରୁଦ୍ର ପାତ୍ରଙ୍କର ବିୟୋଗ ଘଟିଥିଲା। ଏଣେ ଗୁରୁତର ଅବସ୍ଥାରେ ସଦଗୁରୁ ମେଡିକାଲରେ ଚିକିତ୍ସିତ ହେଉଥିବା ମା ରୁନୁ ପାତ୍ରଙ୍କର ବି ରାତିରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର