ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ଛେଳି ମଲେ

ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତ ଭୋକା ଗ୍ରାମର ଖଗେଶ୍ୱର ନାୟକଙ୍କ ଘରର ମାଟି କାନ୍ଥ  ଗତକାଲି ରାତିରେ ଭାଙ୍ଗିଯାଇଛି। କାନ୍ଥ ତଳେ ଚାପି ହୋଇ ୩ଟି ଛେଳି ପ୍ରାଣ ହରାଇଛନ୍ତି।

ଶ୍ରୀ ନାୟକଙ୍କ ୩ ବଖରା ଘର ମଧ୍ୟରୁ ଗୋଟିଏରେ ସେ ଛେଳି ରଖିଥିଲେ। ଖବର ପାଇ ଆଜି ବଡ଼ପଳାଶପାଳ ଆର୍‌ଆଇ ଓ ପ୍ରାଣୀଧନ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସରକାରୀ ସହାୟତା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର