ଡେଲାଙ୍ଗ, ପିପିଲିରେ ଦନ୍ତା ଆକ୍ରମଣରେ ୩ ଆହତ

ପିପିଲି/ଡେଲାଙ୍ଗ : ପିପିଲି ବ୍ଲକ୍‌ କୁଳଶେଖରପାଟଣା ପଞ୍ଚାୟତ ଅନ୍ତର୍ଗତ ବିନ୍ଧା ଓ ଖଟସାରଙ୍ଗ ଗାଁରେ ଆଜି ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛି । ଏହି ହାତୀ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ୩ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିବାବେଳେ ଜଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିନ୍ଧା ଗାଁର ଅପର୍ତି ପରିଡ଼ାଙ୍କର ନବନିର୍ମିତ ଘରକୁ ଉକ୍ତ ହାତୀ ଭାଙ୍ଗି ଦେଇଥିବା ଜଣାପଡ଼ିଛିା

ହାତୀଟି ସ୍ଥାନୀୟ ଲୋକମାନଙ୍କର ପ୍ରାୟ ୪ ଏକର ଧାନ ଫସଲ ଗୋଡ଼ରେ ଦଳି ନଷ୍ଟ କରିଦେଇଛି। ହାତୀଟି ଆଜି ଦିନସାରା ଖଟସାରଙ୍ଗ ନିକଟ ମୂଷାଖିଆପଦା ଜଙ୍ଗଲରେ ଘୁରି ବୁଲୁଛି। ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦିନସାରା ହାତୀକୁ ଜଗି ରହିଛନ୍ତି। ରାତି ହେଲେ ନିଆଁହୁଳା ଓ ବାଣ ଫୁଟାଇ ହାତୀକୁ ଚନ୍ଦକା ଜଙ୍ଗଲକୁ ନେବାର ବ୍ୟବସ୍ଥା କରାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ ଦୁଇମାସ ତଳେ ଚନ୍ଦକା ଜଙ୍ଗଲରୁ ଚାଲିଆସିଥିବା ଏହି ଦନ୍ତା ହାତୀ କିଛି ଦିନ ହେବ ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗଳର କୁମୁକା ଜଙ୍ଗଲରେ ବୁଲୁଛି।

ସମ୍ବନ୍ଧିତ ଖବର