ପୁଲିସକୁ ବଡ଼ ସଫଳତା : ସର୍ଚ୍ଚ ଅପରେସନ୍ ବେଳେ ଗୁଳି ବିନିମୟ, ୩ ମାଓବାଦୀ ନିହତ

କୋରାପୁଟ: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୩ ମାଓବାଦୀ ନିହତ ହୋଇଥିବା ଓ ବହୁ ମାଓବାଦୀ ଆହତ ହୋଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର  ଡୋକରୀ ଘାଟିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ମିଳିଥିବା ପ୍ରାଥମିକ ରିପୋର୍ଟରୁ ପ୍ରକାଶ। ଏହା ପୁଲିସର ଏକ  ବଡ଼ ସଫଳତା ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଡୋକରୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ବିଷୟ ଜଣା ପଡ଼ିବା ପରେ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ପୁଲିସ୍ ପାର୍ଟିକୁ  ଦେଖି ମାଓବାଦୀମାନେ ଗୁଳି ଚଳନା ଆରମ୍ଭ କରିଥିଲେ । ଏହାର ଜବାବରେ ଏସ୍‌ଓଜି  ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ଦୀର୍ଘ ସମୟରେ ଧରି ଗୁଳି ବିନିମୟ ଚାଲିବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ପଳାଇଯାଇ ଥିଲେ।  ଏବେ ମଧ୍ୟ ସେହି ଜଙ୍ଗଲରେ କୋରାପୁଟ ଏସପିଙ୍କ ତତ୍ତ୍ବାବଧାନରେ  କମ୍ୱିଂ ଅପରେସନ୍‌ ଚାଲିଛି।

ସମ୍ବନ୍ଧିତ ଖବର