ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡ଼ିଶା, ଗଞ୍ଜାମ ଜିଲ୍ଲାର ତିନି ପଞ୍ଚାୟତ ପୁରସ୍କୃତ

ଭୁବନେଶ୍ବର: ଜାତୀୟ ସ୍ତରରେ ପୁଣି ପୁରସ୍କୃତ ହେଲା ଓଡ଼ିଶା । ରାଜ୍ୟର ୩ ପଞ୍ଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଇଁଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ବଡ଼ବରସିଂକୁ ଶିଶୁ ଉପଯୋଗୀ ପାଇଁ ପୁରସ୍କୃତ କରାଯାଇଛି।  ସେହିପରି ସାନଖେମୁଣ୍ଡି ବ୍ଲକର ପୋଡାମାରି ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ଭାବେ ପୁରସ୍କାର କରାଯାଇଛି । ଜାତୀୟ ପୁରସ୍କାର ମିଳିଥିବା ନେଇ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ୱେବସାଇଟରୁ ପ୍ରକାଶ ପାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟୁଇଟରେ ଲେଖିଛନ୍ତି ଯେ, କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତିରାଜକୁ ସଶକ୍ତିକରଣ ଏବଂ ଗ୍ରାମୀଣ କଲ୍ୟାଣ କାର୍ଯ୍ୟକ୍ରମର ଦକ୍ଷ ମନିଟରିଂ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ତେବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର, ବେଲାଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବରସିଂ ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି। କାଇଁଚପୁର ଓଡ଼ିଶାରେ ଶ୍ରେଷ୍ଠ ବିକାଶ ଯୋଜନା ପାଇଥିବାବେଳେ ବଡ଼ବରସିଂକୁ ରାଜ୍ୟର ଶ୍ରେଷ୍ଠ ଶିଶୁ ଅନୁକୂଳ ଜିପି ଏବଂ ପୋଡାମାରି ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଜିତିଥିଲେ।

 

ସମ୍ବନ୍ଧିତ ଖବର