୩୦୦ ଲୋକଙ୍କୁ ନଳକୂପ ଗୋଟିଏ!

ତିହିଡ଼ି: ତିହିଡିର ବାରସର ପଞ୍ଚାୟତ ୭ନଂ ୱାର୍ଡରେ ୩୦୦ ଲୋକ ବସବାସ କରନ୍ତି। ଏହି ଗ୍ରାମରେ ଗୋଟିଏ ପୁରୁଣା ନଳକୂପ ରହିଛି। ସେହି ନଳକୂପଟି ବାରମ୍ବାର ଖରାପ ହେଉଛି। ଯେଉଁଥିପାଇଁ ଗ୍ରାମର ଲୋକମାନେ ପାନୀୟ ଜଳ ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଗ୍ରାମବାସୀମାନେ ନଳକୂପରୁ ପାଣି ନ ପାଇ ପୋଖରୀ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନଳକୂପକୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଖରାପ ହୋଇଯାଉଛି।

ଆଜକୁ ପ୍ରାୟ ୧୦ ଦିନ ହେବ ନଳକୂପଟି ଅଚଳ ହୋଇରହିଛି। ବୁଧବାର ଏ ସମ୍ପର୍କରେ ଗ୍ରାମର ୱାର୍ଡ ସଦସ୍ୟ ରମେଶ ମଳିକଙ୍କ ସମେତ ଭୀମସେନ ମଳିକ, ସତ୍ୟବ୍ରତ ମଳିକ, ଜଳଧର ମଳିକ, ଅନୁଚରଣ ମଳିକ, ସୁରେଶ ମଳିକ, କେଦାର ମଳିକ, ଗୋବର୍ଦ୍ଧନ ମଳିକ, ବାସନ୍ତୀ ମଳିକ, ଭାରତୀ ମଳିକ, ରାମ ମଳିକ, ସୋମନାଥ ମଳିକ, ବାବୁରାମ ମଳିକ, ମାଳତି ମଳିକ, ସୁଦର୍ଶନ ମଳିକ ପ୍ରମୁଖ ଶତାଧିକ ଗ୍ରାମବାସୀ ବିଡିଓଙ୍କୁ ନୂତନ ନଳକୂପ ବସାଇବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂତନ ନଳକୂପ ବସିବା ପାଇଁ ପଦକ୍ଷେପ ନିଆଯିବ। ମାତ୍ର ଏବେ ନଳକୂପଟିକୁ ମରାମତି କରିବା ପାଇଁ ଆବଶ୍ୟକୀୟ ଉପକରଣ ସହ ପଠାଯାଇଛି।

ସମ୍ବନ୍ଧିତ ଖବର