ଅଶ୍ବିନୀରେ ଚିକିତ୍ସିତ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳା କିମ୍ସ ସ୍ଥାନାନ୍ତର

ଅଶ୍ବିନୀରେ ୩୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସା

କଟକ : କଟକ ସିଡିଏ ସେକ୍ଟର-୬ ସ୍ଥିତ ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଏବେ ୩୩ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଏଯାଏ ୨୦ଜଣ ଘରକୁ ଫେରିଗଲେଣି। କରୋନା ସଂକ୍ରମଣର ଶିକାର ହୋଇ ବର୍ତ୍ତମାନ ଅଶ୍ବିନୀରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୨ବର୍ଷର ଶିଶୁର ସ୍ବାସ୍ଥାବସ୍ଥାରେ ଉନ୍ନତି ଆସିଥିବା କୁହାଯାଉଛି। ଅନ୍ୟପଟେ ୮ମାସର ଯେଉଁ ଗର୍ଭବତୀ ମହିଳା ଅଶ୍ବିନୀରେ ଚିକିତ୍ସିତ ହେଉଥିଲେ ତାଙ୍କୁ ଭୁବନେଶ୍ବରର ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କିମ୍ସକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ସୁଦ୍ଧା ଅଶ୍ବିନୀରେ ୨୮ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ସଂଧ୍ୟାରେ ବାଲେଶ୍ବରର ୫ଜଣ ରୋଗୀ ଭର୍ତ୍ତି ହୋଇପାରେ ଏହି ସଂଖ୍ୟା ୩୩କୁ ଛୁଇଁଛି। ଭଦ୍ରକ, ବାଲେଶ୍ବର ଓ ଯାଜପୁରର ରୋଗୀ ସଂଖ୍ୟା ବଢୁଥିବାରୁ ଏହି ସଂଖ୍ୟା ଆସନ୍ତାକାଲି ସୁଦ୍ଧା ଆଉ କିଛି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୧୫୦ ବେଡ୍ ରହିଥିବା ବେଳେ ୩୪ଟି ଆଇସିୟୁ ରହିଛି।

ସମ୍ବନ୍ଧିତ ଖବର