ଓଡ଼ିଶାରେ ୩୬୩୬ ଜନଶୂନ୍ୟ ଗାଁ

ଭୁବନେଶ୍ୱର : ଓଡ଼ିଶାରେ ୩୬୩୬ଟି ଜନଶୂନ୍ୟ ଗାଁ/ବସତି ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧୨ଟି ଏପରି ଗ୍ରାମ ଥିଲା ବେଳେ ଦ୍ବିତୀୟରେ ରହିଛି ବାଲେଶ୍ବର(୨୯୭) ଓ ତୃତୀୟରେ ଅଛି ଅନୁଗୁଳ(୨୧୭)। ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪ଟି ଜନଶୂନ୍ୟ ଗାଁ ରହିଛି। ବିଧାୟକ ବିଷ୍ଣୁବ୍ରତ ରା‌ଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର