ନିଆରା ଜନ୍ମଦିନ; ୩୭ ୟୁନିଟ ରକ୍ତ ସଂଗୃହୀତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଦଳପୁର ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ରକ୍ଥଦାତା ଓ ପ୍ରବର୍ତ୍ତକ ଫୋରମ୍ ଏବଂ ସମ୍ବାଦ- ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରକ୍ତ ଭଣ୍ଡାର ଅଧିକାରୀ ଫକୀର ଚନ୍ଦ୍ର ମୁଣ୍ଡା ଏବଂ ସମାଜସେବୀ ଚନ୍ଦ୍ର ଶେଖର ରଥ ଉଦଘାଟନ କରିଥିଲେ। ଦଳପୁରର ଯୁବ ଗୋଷ୍ଠୀ ଏବଂ କୋରାପୁଟ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଚନ୍ଦ୍ର ଶେଖର ରଥଙ୍କ ପୁଅ ନିରାକାର ରଥଙ୍କ (୨୨ ତମ) ଜନ୍ମ ଦିବସ ପୂର୍ତ୍ତି ଅବସରରେ ଦଳପୁର ଠାରେ ଏକ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ଶିବିରରୁ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ନିରାକାର ରଥଙ୍କ ସାଙ୍ଗସାଥୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ଶିବିରରେ ରକ୍ତଦାନ କରିଥିଲେ। ବୈପାରିଗୁଡା ବ୍ଲକ ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର କୁମାର ପରିଚ୍ଛା ଏବଂ ଚନ୍ଦ୍ର ଶେଖର ରଥ ଶିବିର ପରିଚାଳନା କରିଥିଲେ। ଦଳପୁରର ନିରାକାର ରଥ ଏବଂ ଦଳପୁରର ଯୁବଗୋଷ୍ଠୀଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। କୋରାପୁଟ ରକ୍ତଭଣ୍ଡାରର କର୍ମଚାରୀ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।

ରକ୍ତଦାତା ଜୀବନଦାତା: ଭୀମସେନ କୁଶପାରିଆ, ଭଗତ ରାମ ମାଝୀ, ଚିରଞ୍ଜିବି ବାରିକ, ଭଗବାନ କେନ୍ଦୁ, ପାୟଲ ପଟ୍ଟନାୟକ, ଚିତ ରଂଜନ ପ୍ରଧାନୀ, ବୁଡୁ ପ୍ରଧାନୀ, କର୍ଣ୍ଣ ତଲିଆ, ଗଣେଶ ବାଗଦେରିଆ, କୁଞ୍ଜ ଘସରଲିଆ, ସୌରଭ ଖରା, ଡମୁନୁ ମାଝୀ, ଉଦ୍ଧବ ପ୍ରଧାନୀ, ମହେନ୍ଦ୍ର ମାଝୀ, ନୃସିଂହ ଚରଣ ବାରିକ୍, ମନୋହର ଗୈାଡ, ବୁଦୁ ଖରା, ଲଛୁ ପୂଜାରୀ, ଗୁପ୍ତ ପଡାଲ, ସନ୍ୟାସୀ ଖୁଡପିଆ, ସନ୍ତୋଷ କୁମାର ଦାସ, ରମେଶ ପାଣ୍ଡି, ମନମୋହନ ଚଲାଣ, ଭଗତ ତଲିଆ, ପ୍ରିତିରଞ୍ଜନ ନାୟକ, ଚନ୍ଦ୍ର ଶେଖର ରଥ, ମହେନ୍ଦ୍ର ଶୁକ୍ଲା, ଗଣେଶ ନାୟକ, ଅନନ୍ତ ନାୟକ, ଭାସ୍କର ପ୍ରସାଦ ଦାସ, କମୁଳୁ ନାୟକ, ସାନ ମାଝୀ, ତନ୍ମୟ ଦୀପକ୍ ରାୟ, ଅଙ୍କିତ୍ ପାଣିଗ୍ରାହୀ, ନିରାକାର ରଥ, ବୁଲୁ ଦାସ ଏବଂ ଅବଦୁଲ ଅରିଫ୍।

ସମ୍ବନ୍ଧିତ ଖବର