ସମୁଦ୍ରରେ ବୁଡ଼ିଗଲେ ୪ ନାବାଳକ; ୩ ଉଦ୍ଧାର, ଜଣେ ମୃତ

ଗୋପାଳପୁର : ବିଜୟା ଦଶମୀ ଅବସରରେ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ୪ ନାବାଳକ ସମୁଦ୍ର ପାଣିରେ ବୁଡ଼ି ଯାଇଥିଲେ। ବେଳାଭୂମିରେ ନିୟୋଜିତ ଲାଇଫ୍‌ ଗାର୍ଡ଼ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଥିଲେ। ଆଜି ନିଖୋଜ ନାବାଳକଙ୍କ ଶବକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ବୋଲି ଜଣାଯାଇଛି।

ଗତକାଲି ବିଜୟା ଦଶମୀ ଯୋଗୁଁ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ରହିଥିଲା। ପୂର୍ବାହ୍ନରେ କୁକୁଡ଼ାଖଣ୍ଡି ଅଞ୍ଚଳର ୪ଜଣ ସାଙ୍ଗ ମଦନ ମୋହନ ଦାସ, ଅଭିନାଶ ଦାସ, ଦୀପକ ନାୟକ ଏବଂ ସଞ୍ଜୟ ଦାସ ଗୋପାଳପୁର ବୁଲିବାକୁ ଯାଇଥିଲେ। ହୋଟଲ୍‌ ସି – ସାଇଡ଼୍‌ ବିଚ୍ ନିକଟରେ ଗାଧୋଉଥିବା ବେଳେ ସମୁଦ୍ରର ୫୦ମିଟର ଭିତରକୁ ଚାଲିଯାଇଥିଲେ। ହଠାତ୍ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟାକରିବା ସହ ଲାଇଫ ଗାର୍ଡ଼କୁ ଖବର ଦେଇଥିଲେ। ଏହିସମୟରେ କାର୍ଯ୍ୟରତ ଥିବା ଲାଇଫ୍‌ ଗାର୍ଡ଼ ଜି. ଜଗନ୍ନାଥ ମଦନ ମୋହନ ଦାସ, ଅଭିନାଶ ଦାସ ଓ ଦୀପକ ନାୟକଙ୍କୁ ଉଦ୍ଧାର କରିଥିବା ବେଳେ ସଞ୍ଜୟ ଦାସଙ୍କ ପତ୍ତା ମିଳି ନଥିଲା। ଉଦ୍ଧାର ହୋଇଥିବା ତିନି ଜଣଙ୍କୁ କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର