ପଡିଆ ବ୍ଲକ ଅଧ୍ୟକ୍ଷଙ୍କ କାର ଜଳିଗଲା, ୫ଆହତ

ମାଲକାନଗିରି/ପଡିଆ/କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବଣ୍ଡାଗୁଡା ନିକଟରେ ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼କାମୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ଗାଡିରେ ବସିଥିବା ୬ଜଣ ଅଳ୍ପକେ ବର୍ତି ଯାଇଥିଲେ ହେଁ ୫ଜଣ ଆହତ ହୋଇଛନ୍ତି। ଏକ ମଇଁଷି ସହ ଧକ୍କା ହୋଇ କାର୍‌ଟି ଗଛରେ ପିଟି ହୋଇଯିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର