ବାରମ୍ବାର ଅଗ୍ନିକାଣ୍ଡକୁ ନେଇ ଆତଙ୍କ; ୫ ଥର ନିଆଁ ଲାଗିଲାଣି

ବାଲିକୁଦା  : ଦର୍ପଣ ତହସିଲ ମୂଷାଟିକିରି ରାଜସ୍ବ ସର୍କଲ ତଥା ସାଉଡ଼ିଆ ପଞ୍ଚାୟତର ନାରାୟଣପୁର ୩ ନମ୍ବର ଓ୍ବାର୍ଡର ଖଗେଶ୍ବର ପରିଡ଼ାଙ୍କ ଚାଳଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପଡ଼ୋଶୀ ଦେଖି ପାଟିକରି ଡାକିବାରୁ ଗ୍ରାମବାସୀ ରୁଣ୍ଡ ହୋଇ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପୁନର୍ବାର ଭୋର ୫ ଟା ସମୟରେ ସେହି ଚାଳଘରେ ନିଆଁ ଲାଗିବାରୁ ପରିବାର ଲୋକ ଲିଭାଇଥିଲେ। ଆଜି ଅପରାହ୍‌ଣ ସାଢ଼େ ଗୋଟାଏରେ ପାଖରେ ଥିବା ତାଙ୍କ କୋଠାଘର ଆଲମିରା ଜଳିବାକୁ ଆରମ୍ଭ କରିଥିଲା।

ସେହିଭଳି ସନ୍ଧ୍ୟା ୫ଟା ୩୦ ରେ ଆଲଣା ଓ ସନ୍ଧ୍ୟା ୭ ଟାରେ ଆଉ ଏକ କୋଠରିରେ ଲୁଗାପଟା ଜଳିବାକୁ ଆରମ୍ଭ କରିଥିଲା। ପରିବାର ପକ୍ଷରୁ ନିଆଁ ଲିଭାଯାଇଥିଲେ ବି ଭୟଭୀତ ଅବସ୍ଥାରେ ଅଛନ୍ତି। ଘରର ସମସ୍ତ ଜିନିଷ ବାହାରକୁ ଆଣି ପରିବାର ସଦସ୍ୟ ଉଜାଗର ହୋଇ ବସି ରହିଛନ୍ତି। ଘର ମଧ୍ୟରେ ପାଣି ଡ୍ରମ ରଖିବାକୁ ବରୀ ଅଗ୍ନିଶମ ବାହିନୀ ପରାମର୍ଶ ଦେଇଛନ୍ତି। ଘର ମଧ୍ୟକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀ ରୁଣ୍ଡ ହୋଇ କାରଣ ଖୋଜୁଛନ୍ତି। ଭୋକଉପାସରେ ପରିବାର ବାହାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର