ଅଜଣା କୀଟ ଆକ୍ରମଣରେ ୬ ଗୁରୁତର 

ବାମରା: ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଗୁର୍ଲା ଗ୍ରାମରେ ବୁଧବାର ସଂଧ୍ୟାରେ ଅଜଣା କୀଟ ଆକ୍ରମଣରେ ୬ ଜଣ ପୁରୁଷ ଓ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଗାଁ ମଝିରେ ଲୋକମାନେ ବସି କଥାବାର୍ତ୍ତା କରୁଥିବା ସମୟରେ ହଠାତ ନିକଟରେ ଥିବା ଏକ ଗଛରୁ ଶହ ଶହ ବିଷାକ୍ତ କୀଟ ଉଡ଼ି ଆସି ଭିଡ଼ ଭିତରେ ପଶି  ଲୋକଙ୍କୁ କାମୁଡ଼ିଥିଲେ।

ଏଥିରେ କୁନ୍ତୀ ସା, ସୁମିତ୍ରା ଅଢା, ଅଜୟ ସିଂ, ଡିଲେଶ୍ୱର ବେହେରା ଓ କରୁଣାକର ରାଉତ ପ୍ରମୁଖ ଆହତ ହୋଇଥିଲେ। ଗୁରୁତର ଥିବା ସମସ୍ତଙ୍କୁ ବାମରା ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ଼ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣ କରିଥିବା ଉକ୍ତ କୀଟ ଗୁଡ଼ିକ ବୁରେଲ ପ୍ରଜାତିର ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର