ଜଗତସିଂହପୁରରେ ଗୁଳିକାଣ୍ତ; ୭୫ ବର୍ଷ ବୟସ୍କ ବୃଦ୍ଧ ଅଟକ

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପଳାଷୋଳ ଗାଁରେ ଗୁଳିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଗୁଳିକାଣ୍ଡରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ପଳାଷୋଳ ଗ୍ରାମର ଅଶୋକ କୁମାର ବିଶ୍ବାଳ(୬୦)। ଖବର ପାଇ ଜଗତସିଂହପୁର ପୁଲିସ ପହଞ୍ଚି ଏକ ପଏଣ୍ଟ ଟୁ ଟୁ (ମାଙ୍କଡ଼ମରା) ବନ୍ଧୁକ  ଜବତ କରିବା ସହିତ ଅଭିଯୁକ୍ତ ସତ୍ୟ ନାରାୟଣ ମହାନ୍ତି(୭୫)ଙ୍କୁ ଅଟକ ରଖିଛି। ଅଶୋକଙ୍କ ମୁଣ୍ଡରେ ଗୁଳି ବାଜିଛି। ଅଶୋକଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Sambad
ସୂଚନା ଅନୁଯାୟୀ,  ଗୁଳି ମାରିଥିବା ସତ୍ୟ ନାରାୟଣ ଓଡ଼ିଶା ହକି ଟିମ୍‌ କାର୍ଯ୍ୟ କରୁଥିଲେ। କିଛି ଦିନ ହେବ ପରିବାର ଠାରୁ ଅଲଗା ହୋଇ ସେ ନିଜ ପୈତୃକ ଘରେ ରହୁଥିଲେ। ଆଜି ନିଜ ବାଡ଼ିରେ ଥିବା ବେଳେ ତାଙ୍କ ଉପରକୁ କିଛି ଲୋକ ଟେକ ପଥର ପକାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମାଙ୍କଡ଼ମରା ବନ୍ଧୁକରୁ ଗୁଳି ଫୁଟାଇ ଦେଇଥିଲେ।
ସମ୍ବନ୍ଧିତ ଖବର