ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପ‌ଡ଼ା ଶିବ ମନ୍ଦିର ସାହିରେ ନିଆଁରେ ପୋଡିହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ରେବତୀ ପ୍ରଧାନ। ବୟସ ୮୦ ବର୍ଷ। ଶୀତରୁ ରକ୍ଷା ପାଇଁ ଆଜି ସେ ନିଆଁ ପୋଇଁ ହେଉଥିବା ବେଳେ ହଠାତ୍‌ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ସେ ନିଆଁରେ ପୋଡିହୋଇ ଯାଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ପରିବାରର ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର