୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

ଭୁବନେଶ୍ୱର: ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୩୧ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। କେନ୍ଦ୍ର‌ାପଡ଼ାର ମାର୍ଶାଘାଇ, କୋରୁଅ, ମହାକାଳପଡ଼ା, ଲୁଣା ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସର୍ବାଧିକ ୯ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। ସେହିଭଳି ପାହାଳ, ନଖରା, ବାଲିଅନ୍ତା ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍‌ଣ ସାଢ଼େ ୧ଟା ପର୍ଯ୍ୟନ୍ତ, ଢେଙ୍କାନାଳର ରାଶୋଳ ଓ କଳିଙ୍ଗ ଅଞ୍ଚଳରେ ସକାଳ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ ବୋଲି ସେସୁ ପକ୍ଷରୁଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର