୮ କୋଟି ଟଙ୍କାର ଜାଲ୍ ନୋଟ ଜବତ, ୩ ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟର ପଟାଙ୍ଗୀ ଅଞ୍ଚଳରୁ ପାଖାପାଖି ୮ କୋଟି ଟଙ୍କାର ଜାଲ୍ ନୋଟ ସହ ଗୋଟିଏ ଫିଗୋ କାର ଜବତ କରାଯାଇଛି। ପଟାଙ୍ଗୀ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଜାଲ୍ ନୋଟ ଛତିଶଗଡ଼କୁ ଚାଲାଣ କରାଯାଉଥିବା କୁହାଯାଉଛି।
ଏହି ସମ୍ପର୍କରେ ଆଜି ଅପରାହ୍ଣ ୩.୩୦ ରେ ସୁନାବେଡା ଏସଡିପିଓଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପୁଲିସ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଅଧିକ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର