ବୃଦ୍ଧଙ୍କୁ ଘର ତିଆରି କରିଦେଲେ ସ୍ବେଚ୍ଛାସେବୀ

ଦଶରଥପୁର: ସମ୍ପର୍କୀୟଙ୍କ ଗୁହାଳ ଘରେ ରହୁଥିବା ଅସହାୟ ବୃଦ୍ଧଙ୍କୁ ସରକାରଙ୍କ ଆବାସ ଯୋଜନାରେ ଘର ମିଳିଲାନି। ଏ ଖବର ପାଇ ଯୁବନେତା ଦୀପକ ବାରିକ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତାଙ୍କ ପାଇଁ ଏକ ଘର ନିର୍ମାଣ କରିଦେଇଛନ୍ତି। ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତ କଷପା ଗ୍ରାମରେ ରହନ୍ତି ଜଳଧର ମଲ୍ଲିକ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି। ଝିଅ ମଧ୍ୟ ବିବାହିତ। ବୟସାଧିକ୍ୟ କାରଣରୁ କାମଦାମ କରିପାରୁ ନାହାନ୍ତି। ସଂପର୍କୀୟଙ୍କ ଗୁହାଳ ଘରେ ସେ ରହୁଥିଲେ। ଏହା ଜାଣିବା ପରେ ପଞ୍ଚାୟତର ଯୁବନେତା ଦୀପକ ବାରିକ ଅବିଳମ୍ବେ ନିଜ ହାତରୁ ଖର୍ଚ୍ଚ କରି ଏକ ଘର ନିର୍ମାଣ କରିଦେଇଛନ୍ତି।

ଏହାପରେ ସେ ଓ ତାଙ୍କ ସହଯୋଗୀମାନେ ବୃଦ୍ଧଙ୍କୁ  ପ୍ରଥମେ ଗାଧୋଇ ପରିଷ୍କାର କରାଇଥିଲେ। ନୂତନ ବସ୍ତ୍ର ଓ ଶୀତ ପୋଷାକ ପିନ୍ଧାଇଥିଲେ। ଶୋଇବା ପାଇଁ ବିଛଣା ମଧ୍ୟ କିଣି ଦେଇଛନ୍ତି। ଖାଇବାକୁ ଦେଇ ନୂତନ ଘରେ ତାଙ୍କୁ ପ୍ରବେଶ କରାଇଥିଲେ। ଏଥିରେ ଆନନ୍ଦ ପ୍ରକାଶ କରି ଜଳଧର ସମସ୍ତଙ୍କୁ ଆଶୀର୍ବାଦ କରିଛନ୍ତି।

ସମ୍ବନ୍ଧିତ ଖବର