ଗୃହ ହାତରେ ଅଭିଜିତଙ୍କ ଭାଗ୍ୟ

ରିପୋର୍ଟ ଚୂଡାନ୍ତ, ଆଜି ବିଧାନସଭାରେ ଦାଖଲ ହେବ; କମିଟି କହିଲେ, ଅଭିଜିତ ସ୍ବାଧିକାର ଭଙ୍ଗ କରିଛନ୍ତି

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର, ବିଧାନସଭାର ସ୍ବାଧିକାର ଭଙ୍ଗ କରିଛନ୍ତି। ଏ ସଂକ୍ରାନ୍ତରେ ଗଠିତ ବିଧାନସଭା ଗୃହ କମିଟି ତଦନ୍ତ କରିବା ପରେ ଏକଥା ତାଙ୍କର ହୃଦବୋଧ ହୋଇଛି। ବାଚସ୍ପତିଙ୍କ ନିେର୍ଦଶ ଆଧାରରେ ଆସନ୍ତାକାଲି ବିଧାନସଭାରେ ଗୃହ କମିଟି ଅଧ୍ୟକ୍ଷ ତଥା ବିେରାଧୀ ଦଳ େନତା ନରସିଂହ ମିଶ୍ର ରିେପାର୍ଟ ଦାଖଲ କରିବେ। ଆଜି କମିଟିର ଶେଷ ବୈଠକ ବସିଥିଲା ଓ ପରେ ବିେରାଧୀ ଦଳ ନେତା ଏ ନେଇ ଗଣମାଧ୍ୟମକୁ ସୂଚନା େଦଇଥିେଲ।

ତେବେ ଅଭିଜିତଙ୍କ ବିେରାଧରେ ନିର୍ଦିଷ୍ଟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ନା ଅଭିଜିତ ଗୃହ କମିଟି ସାମ୍ନାରେ ଯେଉଁ କ୍ଷମା ମାଗିଛନ୍ତି, ସେ ନେଇ କମିଟି ସୂଚାଇ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଗୃହ ଉପରେ ଛାଡିେବ ତାହା ଏବେ ବି ରହସ୍ୟ ଘେରରେ ରହିଛି। ଯେହେତୁ କମିଟି ତାଙ୍କ ରିେପାର୍ଟ ଗୃହକୁ ଦେବେ, ତେଣୁ ଏ ନେଇ ମୁହଁ ଖୋଲିନାହାନ୍ତି।

େକାଣାର୍କ, ପୁରୀ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅସ୍ମିତାକୁ ଯଥେଷ୍ଟ ଆଘାତ ପହଞ୍ଚାଇଥିବା ଅଭିଜିତ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିେରାଧରେ ମଧ୍ୟ କଟୁ ଟିପ୍ପଣୀ କରିଥିେଲ। ଏହାକୁ େନଇ ବିଧାନସଭାରେ କମ୍ପନ େହାଇଥିଲା ଓ ବିେରାଧୀ ଦଳ େନତା ସ୍ବାଧିକାର ଭଙ୍ଗ େନାଟିସ ଆଗତ କରିଥିେଲ। ଦଳମତ ନିର୍ବିେଶଷରେ ସମସ୍ତେ ସହମତ େହବା ପରେ ଏ ସଂପର୍କରେ ବିଚାର କରିବା ଲାଗି ବାଚସ୍ପତି ପ୍ରଦୀପ ଅମାତ ଏକ ଗୃହ କମିଟି ଗଠନ କରିଥିେଲ। ବିେରାଧୀ ଦଳ େନତା ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିେଜପି ବିଧାୟକ ଦଳ େନତା କନକ ବର୍ଧନ ସିଂହଦେଓ, ବିେଜଡି ବିଧାୟକ େଦବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ସଭ୍ୟ ରଖାଯାଇଥିଲା। ବାଚସ୍ପତି ନିେର୍ଦଶ େଦଇଥିେଲ େଯ ପରବର୍ତୀ ଅଧିେବଶନର ପ୍ରଥମ ଦିବସ ବା ତା ପୂର୍ବରୁ କମିଟି ତା ରିେପାର୍ଟ େଦବ।

ଆଜି ବିେରାଧୀ ଦଳ େନତା କହିଛନ୍ତି, କମିଟି ୬ ଥର ବସିଥିେଲ। ରିେପାର୍ଟ ପ୍ରସ୍ତୁତ ସରିଛି ଓ ଆସନ୍ତାକାଲି ଏହା ପ୍ରଦାନ କରାଯିବ। ଗୃହ ଚାହିଁଲେ ଏହା ଉପରେ ଅଧିକ ଆେଲାଚନା କରିପାରନ୍ତି କିମ୍ବା କମିଟି ରିେପାର୍ଟକୁ ଗ୍ରହଣ କରି ପଦକ୍ଷେପ େନଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଅଭିଜିତ ଗୃହ କମିଟି ସାମ୍ନାରେ ହାଜର େହାଇଥିେଲ ଓ ତାଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିେଲ। ଏବେ ଅନ୍ୟ ଏକ ମାମଲାରେ ଅଭିଜିତ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆସନ୍ତାକାଲି ଗୃହ କମିଟି ତାଙ୍କ ସଂପର୍କରେ କଣ ନିଷ୍ପତ୍ତି େନଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର