ଭାରସାମ୍ୟ ହରାଇ ଗଛକୁ ପିଟିଲା ବୋଲେରୋ: ଚାଳକ ମୃତ, ୬ ଆହତ

ସୁନ୍ଦରଗଡ଼: ଆଜି ଦିନ ସାଢେ ୧୧ଟାରେ ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ସବଡେଗା ଅଗ୍ନିଶମ ଅଫିସ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋ (ଓଡି୦୫- ୩୯୭୦) ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଛି। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୬ ଆହତ ହୋଇଛନ୍ତି। ସମସ୍ତେ ଝାରସୁଗଡ଼ା ଅଞ୍ଚଳର ବୋଲି ଜଣାଯାଇଛି। ସେମାନେ ବଣଭୋଜି କରିବାକୁ ବାଲିଶଙ୍କରାର ଘୋଘର କନାକୁଣ୍ଡକୁ ଯାଉଥିଲେ।

ଅଗ୍ନିଶମ ବାହିନୀ ଓ ପୁଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ସଵଡେଗା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ନାମ ବିଟୁ ମହାରାଜ। ଆହତମାନେ ହେଲେ ପ୍ରଦୀପ ମୋରେ, ଖୁସି ଅଗ୍ରୱାଲ, କୁନାଲ ମୋରେ, କୈଳାସ ମୋରେ, ଦିଶା ଅଗ୍ରୱାଲ, ରୋଶନୀ ମୋରେ।
ଝାରସୁଗୁଡାରୁ ଘୋଘର କନାକୁଣ୍ଡକୁ ବଣଭୋଜି କରିବାକୁ ଯାଉଥିଲେ। ଚାଳକଙ୍କ ଅପସ୍ମାର ରୋଗଥିବା ଓ ହଠାତ୍ ତାହା ବାହାରିବାରୁ ଗାଡ଼ି ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୂରମାର୍ ହୋଇଯାଇଛି।

ସମ୍ବନ୍ଧିତ ଖବର