ବାଇକ୍‌ରେ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍‌; ଘଟଣାସ୍ଥଳରେ ହିଁ ବାପ-ଝିଅଙ୍କ ଉଡ଼ିିଗଲା ପ୍ରାଣବାୟୁ

ଭଦ୍ରକ: ଭଦ୍ରକ ଟିସଲପୁର ଛକ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ଅପରାହ୍ନରେ ଟ୍ରକ୍‌ ଚାପରେ ବାପା-ଝିଅଙ୍କ ଘଟଣାସ୍ଥଳରେ ଏକାଠି ମୃତ୍ୟୁ ହେବା ଘଟଣା ସମଗ୍ରଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ, ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଆଜି ଅପରାହ୍ନରେ ବାପ-ଝିଅ କୌଣସି କାମରେ ବାଇକ୍‌ରେ ଯାଉଥିବା ବେଳେ ହଠାତ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ବାପ-ଝିଅ ଦୁହେଁ ବାଇକ୍‌ରୁ ରାସ୍ତାକୁ ଛିଟିକି ପଡିଥିଲେ। ଏତିକି ବେଳେ ଟ୍ରକ୍‌ଟି ଉଭୟଙ୍କ ଉପରେ ଚଢ଼ି ଚାଲିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ତଥା ଯାତାୟାତ କରୁଥିବା ଲୋକମାନେ କିଛିସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ।

କୁନି ଝିଅଟି ବେକରେ ଏକ ମନିପର୍ସ ପକାଇ ଯେମିତି ରକ୍ତାକ୍ତ ଅବସ୍ଥାରେ ଚଟଣାରେ ପଡ଼ଛି ସେ ଦୃଶ୍ୟକୁ ଯିଏ ଦେଖୁଛି ସେ ବି ବିଧାତର ଏ ନିଷ୍ପତ୍ତିକୁ ଗ୍ରହଣ କରି ପାରୁ ନାହାଁନ୍ତି। ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାପ-ଝିଅଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର