‘ଫନି’ ସହାୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଦାନି ଗ୍ରୁପ୍ ୨୫ କୋଟି ଓ ୧୦ କୋଟି ଟଙ୍କା ଦାନ କଲେ ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ବର : ଭୟଙ୍କର ସାମୁଦ୍ରିକ ଝଡ ‘ଫନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି।  ବାତ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଅଦାନି ଗ୍ରୁପ୍  । ଏହି ବ୍ୟବସାୟିକ ସଂସ୍ଥା ପକ୍ଷରୁ  ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରାଯାଇଛି।  ଏହି ଅର୍ଥ .ଚେକ ଆକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି ଅଦାନି ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନିଙ୍କ ପୁଅ କରନ ଅଦାନି । ସେହିପରି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ସହାୟତା ଦିଆଯାଇଛି। ଅନ୍ୟ ପକ୍ଷରେ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀମାନେ ୩୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ଏହି ଟଙ୍କା କର୍ମଚାରୀମାନେ ନିଜର ଦରମା ଦାନ କରି ସଂଗ୍ରହ କରିଛନ୍ତି।

ଭୟଙ୍କର ସାମୁଦ୍ରିକ ଝଡ ‘ଫନି’ ସବୁକିଛି ଛାରଖାର କରି ଚାଲିଯିବା ପରେ ଭୁଷୁଡି ପଡିଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟ ମଧ୍ୟ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର