୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ

ଭୁବନେଶ୍ବର: ୨୦ ଦିନ ପରେ ଗାଡ଼କଣସ୍ଥିତ ଟିଟିଏସରୁ ଉଠିଲା ଅଳିଆ। ଟ୍ରକ ଯୋଗେ ଟିଟିଏସରୁ ଭୁଆଶୁଣି ଡ଼ମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି ଅଳିଆ। ଦୈନିକ ଦୁଇ ଶହ ଟ୍ରକରେ ଉଠିବ ଅଳିଆ। ପର୍ଯ୍ୟାୟ କ୍ରମେ ଟ୍ରକ ସଂଖ୍ୟା ହ୍ରାସ କରାଯିବ, ଏବଂ ୯ ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ପ୍ରତିଷ୍ଠା କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ।
ସେ କହିଛନ୍ତି, ରାଜଧାନୀର ପ୍ରତି ଘରୁ ଦୈନିକ ଯୋଗାଡ଼ ହେଉଥିବା ଅଳିଆକୁ ଭୁବନେଶ୍ୱର ଭିତରେ ଏମସିସି ଓ ଏମଆରଏଫ୍ ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରି ପରିଚାଳନା କରାଯିବ ବୋଲି। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ମେୟର ଓ କମିସନର। ଡ଼ମ୍ପିୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି ତାହାର ନିୟମିତ ବ୍ୟବଧାନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ସମୀକ୍ଷା କରିବେ। ସେହିଭଳି ବିଏମସି କମିସନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ୱୟ ବୈଠକ ବସିବ।

ସମ୍ବନ୍ଧିତ ଖବର