କୋରିଆ ପୁଣି ଓଡ଼ିଶା ମୁହାଁ: ଆସୁଛନ୍ତି ୪୬ ଜଣିଆ କୋରିଆ ଶିଳ୍ପ ପ୍ରତିନିଧି, ତାଜା ହେଲା ପୋସ୍କୋ ପ୍ରକଳ୍ପ ପ୍ରସଙ୍ଗ

ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ସୁଯୋଗ ଖୋଜିବେ

ଭୁବନେଶ୍ବର ଓଡ଼ିଶାକୁ ମୁହଁ େମାଡ଼ି ଚାଲିଯାଇଛି େପାହାଙ୍ଗ ଷ୍ଟିଲ୍ କଂପାନି (େପାସ୍କୋ)। ଓଡ଼ିଶାରେ ୫୨ ହଜାର େକାଟି ଟଙ୍କା ନିେବଶ ଆଶା ପାଣିରେ ମିଳାଇଯାଇଛି। େପାେସ୍କାକୁ ଦିଆଯାଇଥିବା ଜମି ଉପରେ ଏବେ ଜେଏସଡବ୍ଲୁ ପ୍ରକଳ୍ପ କରିବା ଲାଗି ଅଣ୍ଟା ଭିଡିଲାଣି। ରାଜ୍ୟବାସୀ େପାେସ୍କା ସ୍ମୃତି ଭୁଲି ଭୁଲି ଆସୁଥିବା ବେଳେ କୋରିଆ ଗଣରାଜ୍ୟର ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧିଙ୍କର ଏକ ଦଳ ଆସନ୍ତାକାଲି ଓଡ଼ିଶା ଆସୁଥିବା ଜଣାପଡିଛି। ପୁଣି ଥରେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି େକାରିଆ ସରକାର ଆଗ୍ରହ େଦଖାଇଛନ୍ତି। ହେଲେ ଏଥର େପାେସ୍କା କଂପାନି କି ଇସ୍ପାତ େକ୍ଷତ୍ରରେ ନୁହେଁ। ବରଂ ସାମଗ୍ରୀ ଉତ୍ପାଦନ ଲାଗି ଓଡ଼ିଶାରେ ସୁେଯାଗ ସନ୍ଧାନ ଲାଗି ସେମାନେ ଆସୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋରିଆର ରାଷ୍ଟ୍ରଦୂତ ସିନ୍‌ ବଙ୍ଗ୍‌କିଲ୍‌ଙ୍କ ନେତୃତ୍ବରେ ଏକ ୪୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଆପାତତଃ ଚୂଡାନ୍ତ େହାଇଛି। େକାରିଆ ପ୍ରତିନିଧି ଦଳ ଏଥର େଯମିତି ନିରାଶ ନ ହୁଅନ୍ତି, େସଥିପାଇଁ ରାଜ୍ୟ ସରକାର ମଧ୍ୟ େଜାରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏପରିକି ସେମାନଙ୍କ ପାଇଁ ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ ଖଞ୍ଜାଯାଇଛି।

ଏହି ପ୍ରତିନିଧି ଦଳ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ସେମାନେ ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିବେ। ଦକ୍ଷିଣ େକାରିଆର ପ୍ରମୁଖ କଂପାନି ସାମସଙ୍ଗ୍‌, ହୁଣ୍ଡାଇ, କିଆ ଏବଂ ଏଲ୍‌ଜି ପ୍ରତିନିଧିଙ୍କ ସମେତ କୋରିଆର ୧୪ ଜଣ ବ୍ୟବସାୟୀ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆେଲାଚନା କାଳରେ ରାଜ୍ୟ ସରକାରଙ୍କର ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ପଚାରିବେ। ଏପରିକି ଏସବୁ ସଂସ୍ଥା ଯଦି ଓଡ଼ିଶାରେ ନିେବଶ କରନ୍ତି, ତେବେ ସେମାନଙ୍କୁ ଆଉ ଅଧିକ କି କି ସୁବିଧା ପ୍ରଦାନ କରାଯିବ, େସ େନଇ ସେମାନେ ସରକାରଙ୍କ ସହିତ ଆେଲାଚନା କରିବେ। ପୂର୍ବଭଳି ବିନା ବିବାଦରେ ଜମି ଠାରୁ ଆରମ୍ଭ କରି ଟିକସ ରିହାତି ପର୍ଯ୍ୟନ୍ତ ସବୁ ସଂପର୍କରେ ଆେଲାଚନା େହାଇପାରେ େବାଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଅବସରରେ ପ୍ରତିନିଧିମାନେ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟ ପରିଦର୍ଶନ କରିବେ। କୋରିଆ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଆସୋସିଏସନ୍‌ର ମୁଖ୍ୟ ପ୍ରତିନିଧି ହିଚୁଲ୍ ଜଙ୍ଗ୍‌, କୋରିଆ ଟ୍ରେଡ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ର ନିର୍ଦେଶକ ହଙ୍ଗିକ୍ କିକ୍, କୋରିଆ ପ୍ଲସ୍‌ ଟିମ୍‌ର ନେତା ଟେୟଙ୍ଗ୍‌ ଆହନ୍, କୋରିଆ ବାଣିଜ୍ୟ ନିବେଶ ବିକାଶ ଏଜେନ୍ସିର ମୁଖ୍ୟ ୟଙ୍ଗସନ୍ ପାର୍କ, କୋରିଆ ଏସ୍‌ଏମ୍‌ଇ ଓ ଷ୍ଟାର୍ଟ-ଅପ୍ ଏଜେନ୍ସିର ମୁଖ୍ୟ ଜଙ୍ଗଡାନ୍ ମୁନ୍ ଓ କୋରିଆ ପର୍ଯ୍ୟଟନ ସଂଗଠନର ନିର୍ଦେଶକ ଜଙ୍ଗାସୋଲ୍‌ କ୍ବନ୍ ଏହି ପ୍ରତିନିଧି ଦଳରେ ସାମିଲ ଥିବା ସୂଚନା ମିଳିଛି। କୋରିଆର ଏହି ପ୍ରତିନିଧି ଦଳ ଲିଙ୍ଗରାଜ ମନ୍ଦିର, ଧଉଳି, ଖଣ୍ଡଗିରି, ଉଦୟଗିରି ଭଳି ପର୍ଯ୍ୟଟନ ସ୍ଥଳୀ ଯାତ୍ରା କରିବେ। ରବୀନ୍ଦ୍ର ମଣ୍ଡପ ଠାରେ କୋରିଆ କାରାଭାନ୍ ନାମକ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ େସାମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଦକ୍ଷିଣ କୋରିଆ ମଧ୍ୟରେ ବ୍ୟବସାୟ ସମ୍ପର୍କ ଦୃଢ଼ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା। କୋରିଆର ଇସ୍ପାତ କଂପାନି ‘ପୋସ୍କୋ’ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିଥିଲା। େଦଶରେ ଏହା ସର୍ବବୃହତ୍ ବିଦେଶୀ ପୁଞ୍ଜି ନିେବଶ େହାଇଥାନ୍ତା। ଏଥିଲାଗି ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ମଧ୍ୟ ମାତ୍ରାଧିକ ଆଗ୍ରହ େଦଖାଇଥିଲେ। ହେଲେ ଏହି ପ୍ରକଳ୍ପ ଓଡ଼ିଶାରେ ପାଦ ଦେବା ଦିନରୁ ହିଁ ବିବାଦ ଭିତରେ ଛନ୍ଦି େହାଇଯାଇଥିଲା। କେତେବେଳେ ଜମି ଅଧିଗ୍ରହଣ, ଆଉ କେତେବେଳେ ଲୁହାପଥର ଖଣି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲା। େପାେସ୍କାକୁ ଖଣ୍ଡାଧାର ଖଣି ଦିଆଯିବା ନେଇ ଆେଲାଚନା େହାଇଥିଲା। କର୍ତୃପକ୍ଷ ଓଡ଼ିଶାରେ ବିଶାଳ କାର୍ଯ୍ୟାଳୟ ବି େଖାଲିଥିଲେ। ହେଲେ େକନ୍ଦ୍ର-ରାଜ୍ୟ ଛକାପଞ୍ଝା, ସ୍ଥାନୀୟ ଅଞ୍ଚଳରେ ବିେକ୍ଷାଭ ଭିତରେ ଏହି ପ୍ରକଳ୍ପର ଭାଗ୍ୟ ରୁନ୍ଧି େହାଇଯାଇଥିଲା ଓ େପାେସ୍କା ଓଡ଼ିଶା ଛାଡି ଚାଲିଯାଇଥିଲା।

ସମ୍ବନ୍ଧିତ ଖବର