ରାଜଧାନୀରେ ଉପନିର୍ବାଚନ ତାତି, ବିଜେଡିର ଶୀର୍ଷ ନେତୃତ୍ବଙ୍କ ବୈଠକ ଆଜି

ଲଢ଼େଇ ଜୋରଦାର ହେବ: ବିଜେପି, ୨୪ରେ ବସିବ କଂଗ୍ରେସ କୋର କମିଟି, ବିପର୍ଯ୍ୟୟ ପରେ ବିଜୟ ନିଶ୍ଚିତ: ନିରଞ୍ଜନ

ଭୁବନେଶ୍ବର: ଶନିବାର ଉପ ନିର୍ବାଚନ ତାରିଖ େଘାଷଣା ପରେ ବିଜେପୁର ବିଧାନସଭା ଆସନକୁ େନଇ ରାଜଧାନୀରେ ରାଜନୀତି ତାତି ବଢିଲାଣି। ବିଜେଡି ଦାବି କରିଛି ଯେ େଯତିକି େଭାଟ ବ୍ୟବଧାନରେ ଦଳ ଗତ ଥର ଉପନିର୍ବାଚନରେ ଜିତିଥିଲା, ଏବେ ପାଖାପାଖି ସେତିକି ବ୍ୟବଧାନକୁ ଲକ୍ଷ୍ୟ ରଖି ନିର୍ବାଚନୀ େକ୍ଷତ୍ର ପ୍ରସ୍ତୁତ କରାଯାଉଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ପରେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ।

ଅନ୍ୟପକ୍ଷରେ ବିଜେପି ସଭାପତି ବସନ୍ତ ପଣ୍ଡା ବିଜେପୁର ଲଢେଇ ପାଇଁ ମଧ୍ୟ ହୁଂ କାର ଦେଇଛନ୍ତି। େସ କହିଛନ୍ତି, କାହା ସହ କାହାର ବନ୍ଧୁତ୍ବ ଥାଇପାରେ। କିନ୍ତୁ ଦଳ ସ୍ବାର୍ଥ ପାଇଁ ସାଲିସ କରାଯିବନାହିଁ। ଆଉ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିପର୍ଯ୍ୟୟ ପରେ ବିଜୟ ନିଶ୍ଚିତ। େସ ଦୃଢୋକ୍ତି ପ୍ରକାଶ କରିଛନ୍ତି, ବିଜେପୁର ଆସନ ‘ହାତ’କୁ େଫରିବ। ତିନି ପ୍ରମୁଖ ରାଜନୈତିକ ଦଳ କାହାକୁ ପ୍ରାର୍ଥୀ କରିବେ େସ େନଇ ଆଭ୍ୟନ୍ତରୀଣ ରାଜନୀତି େଯମିତି ଉଷ୍ମ େହବାରେ ଲାଗିଛି, ବିଜେପୁରକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ସେମିତି ତର୍ଜମା ଆରମ୍ଭ େହାଇଗଲାଣି। ୨୦୧୮ ଉପନିର୍ବାଚନ ସଫଳତା ବିଜେଡି ଏଥର େଦାହରାଇ ପାରିବ ନା ନାହିଁ? େଭାଟ ବ୍ୟବଧାନ କମିବ ନା ବଢିବ? ବିଜେପି େଲାକସଭା ଆସନ ଭଳି ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନରେ ବାଜିମାତ୍ କରିବ କି? ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସର ପଦୋନ୍ନତି େହବ କି? ଏମିତି ପୁଳା ପୁଳା ପ୍ରଶ୍ନ ଉପରେ ଅଙ୍କକଷା ଆରମ୍ଭ େହାଇଯାଇଛି। ତେବେ ବର୍ତମାନ ସୁଦ୍ଧା ବିଜେପୁରକୁ ନେଇ ବିଜେଡି ଅନ୍ୟମାନଙ୍କ ଅପେକ୍ଷା ପ୍ରସ୍ତୁତିରେ ଆଗରେ ରହିଛି।

ଦଳ ପୂର୍ବରୁ ସ୍ଥାନୀୟ େନତା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲା। ସମାନ୍ତରାଳ ଭାବେ ଦୁଇ ମନ୍ତ୍ରୀ ନିରଞ୍ଜନ ପୂୂଜାରୀ, ସୁଶାନ୍ତ ସିଂହ ଓ ବରିଷ୍ଠ େନତା ସଂଜୟ ଦାସବର୍ମା ଏବଂ କଳିକେଶ ସିଂହଦେଓଙ୍କୁ ନେଇ ଏକ ସମନ୍ବୟ କମିଟି ଗଠନ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥିତ୍ବ ଦୌଡରେ ଆଗରେ ଅଛନ୍ତି। ଏହା ଛଡା ସ୍ଥାନୀୟ ଅଞ୍ଚଳର କିଛି ପ୍ରମୁଖ େନତାଙ୍କ ପ୍ରାର୍ଥିତ୍ବକୁ ନେଇ ବିଜେଡି ପକ୍ଷରୁ ସର୍ଭେ କରାଯାଇଛି। ଦିେନ ଦୁଇ ଦିନ ମଧ୍ୟରେ ସମନ୍ବୟ କମିଟି ମାର୍ଫତରେ ବିଜେପୁର ପାଇଁ ପ୍ରାର୍ଥୀ ତାଲିକା ଦଳକୁ ମିଳିବ। ଏହି ତାଲିକା ଆଧାରରେ ବିଜେଡି ମୁଖ୍ୟ ନିଷ୍ପତ୍ତି େନବେ ଓ େଯ କୌଣସି ମୁହୂର୍ତରେ ପ୍ରାର୍ଥୀ ତାଲିକା େଘାଷଣା କରିପାରନ୍ତି।

ଆଜି ନବୀନ ନିବାସରେ ରବିବାରରେ ବିଜେପୁର ପାଇଁ କିଛି ବରିଷ୍ଠ େନତାଙ୍କୁ ନେଇ ବୈଠକ େହାଇଛି। ନାମ ଗୋପନ ସର୍ତରେ ଜଣେ େନତା କହିଛନ୍ତି, ଗତ ନିର୍ବାଚନରେ େଯଉଁସବୁ ଵାର୍ଡରେ େନତାମାନେ ସଫଳତା ପାଇଥିଲେ, ସେମାନଙ୍କୁ ଏଥର ବି ସେଠାରେ ସୁେଯାଗ ମିଳିବ। କିନ୍ତୁ େଯଉଁମାନେ ବିଫଳ ହୋଇଥିଲେ, ତାଙ୍କ ସ୍ଥାନରେ ଅନ୍ୟ ନେତାଙ୍କୁ ନିଆଯିବ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ େନତାଙ୍କୁ ଆୟୁଧ କରି ଏହି ନିର୍ବାଚନ ଦଳ ଲଢିବ। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ େଯଉଁ ବୈଠକ ବସିବ, ସେଥିରେ କିଭଳି ବିଜେପୁର ମୁକାବିଲା କରାଯିବ, େସ ରଣନୀତିରେ ଚୂଡାନ୍ତ େମାହର ଲାଗିବ। ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ମଧ୍ୟ ବିଜେଡି ସୁପ୍ରିମୋ େଘାଷଣା କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ େବାଲି କହିସାରିଛନ୍ତି।

ବିଜେପୁର ଉପନିର୍ବାଚନକୁ ନେଇ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଦଳୀୟ ପ୍ରାର୍ଥୀ ନେଇ କେନ୍ଦ୍ରୀୟ ଚୟନ କମିଟି ଖୁବଶୀଘ୍ର ନିଷ୍ପତ୍ତି ନେବ। ୨୦୧୯ ନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ବିଜେପୁରବାସୀଙ୍କୁ ଉପେକ୍ଷା କରିଛନ୍ତି। ଯାହାସବୁ ପ୍ରତିଶ୍ରୁତି ଗତ ନିର୍ବାଚନରେ ଦେଇଥିଲେ ସେଥିରେ ସରକାର ବିଫଳ ହୋଇଛନ୍ତି। ବିଜେପୁରର ଭୋଟର ଏହାକୁ ବୁଝିସାରିଲେଣି। ବିଜେପି କାହା ସହିତ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ କରୁନାହିଁ। ବ୍ୟକ୍ତିଗତ ସ୍ତରରେ ପରସ୍ପର ବନ୍ଧୁତ୍ବ ଥାଇପାରେ କିନ୍ତୁ ଦଳ ଭିତରେ କାହା ସହିତ ସାଲିସ କରାଯିବନି। ଏହି ଉପନିର୍ବାଚନରେ ଲଢ଼େଇ ଜୋରଦାର ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଜେପି ଅାଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଳ ତିନିଟି ନାମ ଉପରେ ବିଚାର କରୁଛି। େଗାଟିଏ େଗାଷ୍ଠୀ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାମ ବିଚାର କରିବାକୁ େଜାର ଦେଉଛନ୍ତି। ଏହାବ୍ୟତୀତ ୨୦୧୮ ଉପନିର୍ବାଚନ ପ୍ରାର୍ଥୀ େହାଇଥିବା ଅଶୋକ ପାଣିଗ୍ରାହୀ ଓ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ େହାଇଥିବା ସନତ ଗଡତିଆଙ୍କ ସଂପର୍କରେ ଚର୍ଚ୍ଚା ଚାଲିଛି। ତେବେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀଙ୍କୁ ସାମ୍ନାରେ ରଖି ଦଳ ଏଠାେର ନିର୍ବାଚନ ଲଢିବା ସମ୍ଭାବନା ଅଧିକ।

୨୦୧୮ ଉପନିର୍ବାଚନ ହେଉ କି ଗତ ସାଧାରଣ ନିର୍ବାଚନ, ଉଭୟରେ କଂଗ୍ରେସ େଶାଚନୀୟ ପ୍ରଦର୍ଶନ କରିଛି। ଏହା ସତ୍ତ୍ବେ କଂଗ୍ରେସ େନତୃତ୍ବ ବିଜେପୁରରୁ ହିଁ ପରିବର୍ତନର ସ୍ବର ତୀବ୍ର କରିବ େବାଲି ବରିଷ୍ଠ େନତାମାନେ ଦାବି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ପିସିସି କାର୍ଯ୍ୟାଳୟରେ କଂଗ୍ରେସ କୋର କମିଟି ବୈଠକ ବସିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପୁର ଉପନିର୍ବାଚନରେ କଂଗ୍ରେସ ପାଖରେ ଲୋକଙ୍କ ପାଖକୁ ଯିବାକୁ ଅନେକ ପ୍ରସଙ୍ଗ ରହିଛି। କିନ୍ତୁ କେଉଁ ପ୍ରସଙ୍ଗକୁ ନିର୍ଦ୍ଦିଷ୍ଟ ଭାବେ ବେଶି ଅଗ୍ରାଧିକାର ଦିଆଯିବ ସେ ନେଇ ଆସନ୍ତା ୨୪ ତାରିଖ କମିଟି ବୈଠକରେ ସ୍ଥିର ହେବ। ଏହି ଉପନିର୍ବାଚନ ପାଇଁ କିଏ କେଉଁ ଦାୟିତ୍ବରେ ରହିବେ ସେ ବ୍ଲୁପ୍ରିଣ୍ଟ୍ ବୈଠକରେ ପ୍ରସ୍ତୁତ କରାଯିବ। ବିଜେପୁର ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୯ ଜଣିଆ କମିଟି ଗଠନ କରାଯାଇଛି। କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ, ପ୍ରକାଶ ଦେବତା, ପ୍ରଦୀପ ଦେବତା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସ ନେତା ଜ୍ଞାନଦେବ ବେଉରା ଓ ଯଜ୍ଞେଶ୍ବର ବାବୁ ସାମିଲ ଅଛନ୍ତି। ଆଉ ଜଣେ ସଦସ୍ୟଙ୍କୁ କମିଟି ଅଧ୍ୟକ୍ଷ ମନୋନୀତ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର