ଅକ୍ଟୋବରରୁ ଭୁବନେଶ୍ୱରରୁ ଦେଶର ୩ଟି ସହରକୁ ବିମାନସେବା ଆରମ୍ଭ କରିବ ଏୟାରଏସିଆ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ମାସ ୨୯ତାରିଖରୁ ଭୁବନେଶ୍ୱରରୁ ଦେଶର ୩ଟି ବଡ଼ ସହରକୁ ବିମାନ ଚଳାଚଳ ଆରମ୍ଭ କରିବ ଏୟାର ଏସିଆ । ଏହି ୩ଟି ସହର ହେଉଛନ୍ତି ଦିଲ୍ଲୀ, ହାଇଦ୍ରାବାଦ ଓ ବାଙ୍ଗାଲୁରୁ । ଏ ସଂପର୍କରେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର-ବ୍ୟାଙ୍କକ ଫ୍ଲାଇଟ ବନ୍ଦ ହେବା ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ପୁଣି ଚାଲୁ କରିବାକୁ ଉଦ୍ୟମ ଚାଲିଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୨୨ରୁ ଭୁବନେଶ୍ୱର-ବ୍ୟାଙ୍କକ ଏୟାର ଏସିଆ ଫ୍ଲାଇଟ ବନ୍ଦ ହେବ । ଆବଶ୍ୟକ ସଂଖ୍ୟକ ଯାତ୍ରୀ ନଥିବାରୁ କମ୍ପାନି ପକ୍ଷରୁ ଫ୍ଲାଇଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୨୨ରୁ ଆଉ ବୁକିଂ ରଖାଯିବ ନାହିଁ ବୋଲି କମ୍ପାନି ଘୋଷଣା କରିଥିଲା । ଏହି ଫ୍ଲାଇଟ ସପ୍ତାହକୁ ୪ ଦିନ ଚଳାଚଳ କରୁଥିଲା । ଏହି ରୁଟ ପାଇଁ ରାଜ୍ୟ ସରକାର ସବସୀଡି ଦିଅନ୍ତୁ ବୋଲି ଏୟାରଏସିଆ ଦାବି କରୁଛି ।

ସମ୍ବନ୍ଧିତ ଖବର