ଅଲାରନାଥ ପୀଠରେ ଅଣସର ଦର୍ଶନ ପ୍ରସ୍ତୁତି

ବ୍ରହ୍ମଗିରି : ଅଣସର ପିଣ୍ତିକୁ ମହାପ୍ରଭୁଙ୍କ ବିଜେ ପରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ଅଣସର ୧୫ ଦିନ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଶ୍ରୀ ଅଲାରନାଥ ପୀଠକୁ ଲାଗିବ। ଫନି ବାତ୍ୟାରେ ମନ୍ଦିର ପରିସର ଛାରଖାର ହୋଇ ଯାଇଥିବା ବେଳେ ଚଳିତ ବର୍ଷ ଶ୍ରୀଜିଉଙ୍କ ଦର୍ଶନ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ରହିଛି। ଆଜି ଏ ନେଇ ଅଲାରନାଥଙ୍କ ମନ୍ଦିର ପରିସରରେ ଥିବା ଶ୍ରୀଚୈତନ୍ୟ ଚକଡାରେ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟୁତ ସଂଯୋଗ ବିଷୟରେ ଆଲୋଚନା ହୋଇଛି। ମନ୍ଦିର ଚାରିପଟେ, ଚାପ ପୋଖରୀ, ଚନ୍ଦନ ଚକଡା, ମନ୍ଦିରକୁ ଯିବା ରାସ୍ତାରେ ତୁରନ୍ତ ବିଦ୍ୟୁତ୍ ସଜାଡିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଦୁଇ ଦିନ ପରେ ପୁଣି ଥରେ ଦ୍ବିତୀୟ ବୈଠକରେ ଅନ୍ୟ ବିଷୟରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର