ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ୨୫ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଯେପରି ସୁରୁଖରୁରେ ଚାଲିବ ସେ ନେଇ ଆସନ୍ତାକାଲି ପ୍ରଥମ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ଦଳର ନେତାମାନଙ୍କ ସହ ଆଲୋଚନା କରିବେ। ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନ ଲମ୍ବା ଅବଧିର ହୋଇଥିବାରୁ ଗୃହରେ ଗଠନମୂଳକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଗୃହ ପରିଚାଳନାରେ ବାଚସ୍ପତିଙ୍କୁ ସହଯୋଗ କରିବାକୁ ଶ୍ରୀ ପାତ୍ର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର