ବିଶ୍ୱକପ୍‌ ହକି ଉଦ୍‌ଘାଟନ ଉତ୍ସବ ପାଇଁ ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା, ଅଫିସ୍ ବି ହାଫ୍ ଛୁଟି

ଭୁବନେଶ୍ୱର: ବିଶ୍ୱକପ୍‌ ଉଦ୍‌ଘାଟନ ପାଇର୍ ସରକାରୀ ଛୁଟି ଘୋଷଣା କରିଛନ୍ତିି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶ୍ଵକପ୍‌ ହକି ଉଦ୍‌ଘାଟନ ଉତ୍ସବ ପାଇଁ ଆସନ୍ତାକାଲି ଅର୍ଥାତ ୨୭ ତାରିଖ ଦିନ ଭୁବନେଶ୍ୱରର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟକୁ ରାଜ୍ୟ ସରକାର ଛୁଟିି ଘୋଷଣା କରିଛନ୍ତି। ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବ ପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲକୁ ଆସନ୍ତାକାଲି ପାଇଁ ଛୁଟି ବନ୍ଦ ଘୋଷଣା କରାଯାଇଥିିବା ବେଳେ ସେହିଦିନ ଅର୍ଥାତ ୨୭ ତାରିଖ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଦିନ ସାଢ଼େ ୧ଟା ଠାରୁ ବନ୍ଦ ରହିବ।

ସେହିପରି ୨୮ ତାରିଖ ଦିନ ଅପରାହ୍ଣ ୧.୩୦ଟା  ପରଠାରୁ କଟକର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲିି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର