ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସବୁଜ ସଙ୍କେତ ଦେଇ ଆମିକସ୍ କ୍ୟୁରି ଆଜି ଫେରିଯିବା ପରେ ଆକ୍ସନ୍ ମୁଡ୍କୁ ଫେରିଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବ ପ୍ରସ୍ତୁତି ଅନୁସାରେ ଆସନ୍ତାକାଲି ବଡ଼ଆଖଡା ମଠରେ ଡୋଜର ବୁଲିବ। ପ୍ରଥମେ ମଠର ଦୋକାନ ଘର ଉଚ୍ଛେଦ ହେବ ବୋଲି ଜଣାପଡିଛି। ବଡ଼ଆଖଡା ମଠ ପରେ ପର୍ଯ୍ୟାୟକ୍ରମେ ଉଚ୍ଛେଦ ଚାଲିବ ଏବଂ ୭୫ ମିଟର ପରିଧି ଭିତରେ ଯେତେ ସବୁ ନିର୍ମାଣ ରହିଛି ସେସବୁକୁ ଭାଙ୍ଗି ଦିଆଯିବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବଡ଼ଆଖଡା ମଠ ଭଙ୍ଗାଯିବା ବେଳେ ସାଧୁସନ୍ଥମାନେ ଏହାକୁ ବିରୋଧ କରିଥିଲେ। ସାଧୁସନ୍ଥଙ୍କ ମେଳି ଯୋଗୁଁ ବଡ଼ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ। ଗତ ୫ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଆସି ବିକାଶ କାର୍ଯ୍ୟକୁ ସ୍ବାଗତ କରିଥିଲେ। ଆଜି ଆମିକସ୍ କ୍ୟୁରି ମଧ୍ୟ ଅନୁରୂପ ମତ ପୋଷଣ କରିବା ପରେ ପ୍ରଶାସନର ମନୋବଳ ବଢିଛି।