ଆଇଏନ୍ଏସ୍‌ ଚିଲିକାର ବାର୍ଷିକ ଉତ୍ସବ

ଭୁବନେଶ୍ବର : ଆଇଏନ୍ଏସ ଚିଲିକା ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ୪୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଗତକାଲି ରାଜ୍ୟପାଳ ପ୍ରଥମଥର ପାଇଁ ଆଇଏନ୍‌ଏସ୍‌ ଚିଲିକା ଗସ୍ତ କରିଥିଲେ। ସେ ଯୁଦ୍ଧ ସ୍ମାରକୀରେ ପୁଷ୍ପଚକ୍ର ପ୍ରଦାନ କରିବା ସହ କର୍ତ୍ତବ୍ୟରତ ସମୟରେ ପ୍ରାଣବଳି ଦେଇଥିବା ନାବିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳଙ୍କୁ ଆଇଏନ୍‌ଏସ୍ ଚିଲିକାର ଇତିହାସ, ଭୂମିକା ଓ ଦାୟିତ୍ବ ସମ୍ପର୍କ‌େର ଅବଗତ କରାଯାଇଥିଲା। ଏହାପରେ ସେ ପ୍ରଶିକ୍ଷଣ ସୁବିଧା ବୁଲି ଦେଖିଥିଲେ।

ଆଜି ସନ୍ଧ୍ୟାରେ ରାଜ୍ୟପାଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପାରମ୍ପରିକ ବାର୍ଷିକ ପିଠାକଟା ଉତ୍ସବରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର