ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୬୩, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଗଜପତି ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୫୬୫ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୨୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୧୮, ଗଜପତିରୁ ୧୪, ବାଲେଶ୍ୱର, ଝାରସୁଗୁଡ଼ା, କଟକରୁ ୯, ଅନୁଗୁଳ, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୮ ଜଣ ଲେଖାଏଁ, କୋରାପୁଟରୁ ୫, ବଲାଙ୍ଗୀର, ଗଂଜାମ, ଯାଜପୁର, ମାଲକାନଗିରିରୁ ୩ ଜଣ ଲେଖାଏଁ, କନ୍ଧମାଳ, ନୂଆପଡ଼ାରୁ ୨-୨, ବରଗଡ଼, ଦେବଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର