ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୧୫୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧

ଭୁବନେଶ୍ୱର: ରାଜ୍ୟରେ କରୋନ ଭାଇରସ ସଂକ୍ରମଣରୁ ୩୧୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୭ ହଜାର ୪୨୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୩୨, ବାଲେଶ୍ୱରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଂଜରୁ ୧୬୪, ପୁରୀରୁ ୧୫୯, ନୟାଗଡ଼ରୁ ୧୪୯, କେନ୍ଦ୍ରାପଡ଼ାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୁଳରୁ ୮୨, କୋରାପୁଟରୁ ୭୪, ମାଲକାନଗିରି ଏବଂ ରାୟଗଡ଼ାରୁ ୬୪ ଲେଖାଏଁ, ବୌଦ୍ଧ ଏବଂ ନବରଂଗପୁରରୁ ୪୧ ଲେଖାଏଁ, ଢେଙ୍କାନାଳରୁ ୩୬, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଂଜାମ ଏବଂ ଗଜପତିରୁ ୧୯ଲେଖାଏଁ, ସମ୍ବଲପୁରରୁ ୧୫, ନୂଆପଡ଼ାରୁ ୧୪, ବଲାଙ୍ଗୀର, ସୁବର୍ଣ୍ଣପୁରରୁ ୯, ଦେବଗଡ଼ରୁ ୬ ଏବଂ ରାଜ୍ୟପୁଲରୁ ୮୯ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର