ଖୋର୍ଦ୍ଧା ଜିଲ୍ଲାରୁ ୬୦୨ ଜଣଙ୍କ ସମେତ କରୋନାରୁ ସୁସ୍ଥ ହେଲେ ୩୪୦୪ ଆକ୍ରାନ୍ତ 

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ଯୋଗୁଁ ସଂକ୍ରମିତ ହୋଇଥିବା ୩୪୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ୍‌ରୁ ଏଯାଏଁ ମୋଟ ୨ ଲକ୍ଷ ୨୦ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୬୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୩୭୪ ଜଣ, ପୁରୀ ଜିଲ୍ଲାରୁ ୨୮୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୮ ଜଣ, ମୟୂରଭଂଜ, ସମ୍ବଲପୁର ଜିଲ୍ଲାରୁ ୧୩୦ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ୧୧୬ ଜଣ, ବରଗଡ଼ ଜିଲ୍ଲାରୁ ୧୦୭ ଜଣ ଓ ଯାଜପୁର ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୮ ଜଣ, ଭଦ୍ରକ ଜିଲ୍ଲାରୁ ୯୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ ଜଣ, ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୭୭ ଜଣ, ନୟାଗଡ଼ ଜିଲ୍ଲାରୁ ୭୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୨ ଜଣ, କନ୍ଧମାଳ ଜିଲ୍ଲାରୁ ୭୧ ଜଣ, ବଲାଙ୍ଗୀର, ଢେଙ୍କାନାଳ ଜିଲ୍ଲାରୁ ୭୦ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ, କୋରାପୁଟ ଜିଲ୍ଲାରୁ ୫୨ ଜଣ ଓ ନବରଂଗପୁର ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଂଜାମ, ସୁବର୍ଣ୍ଣପୁର ଜିଲ୍ଲାରୁ ୪୮ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୨୨ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଦେବଗଡ଼ ଜିଲ୍ଲାରୁ ୧୧ ଜଣ, ରାୟଗଡ଼ା ଜିଲ୍ଲାରୁ ୨ ଜଣ ଓ ରାଜ୍ୟ ପୁଲରୁ ୧୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର