ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩

ଭୁବନେଶ୍ୱର: ରାଜ୍ୟରେ ଆଜି ୫୯୬୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୫୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୬୦୯, କଟକରୁ ୫୦୨, ଝାରସୁଗୁଡ଼ାରୁ ୨୯୭, ମୟୂରଭଂଜରୁ ୨୦୧, କୋରାପୁଟରୁ ୧୭୭, ନୟାଗଡ଼ରୁ ୧୭୨, ନବରଂଗପୁରରୁ ୧୪୩ ଓ ବଲାଙ୍ଗୀରରୁ ୧୩୨ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୧୧୯, କେନ୍ଦ୍ରାପଡ଼ାରୁ ୧୧୬, କେନ୍ଦୁଝରରୁ ୧୦୪, କଳାହାଣ୍ଡିରୁ ୮୪, ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ୱରରୁ ୭୩, ଜଗତସିଂହପୁରରୁ ୬୬, ରାୟଗଡ଼ାରୁ ୫୮, ସୁବର୍ଣ୍ଣପୁରରୁ ୫୪, ଗଜପତି, ଗଂଜାମରୁ ୪୬ ଜଣ ଲେଖାଏଁ, ଅନୁଗୁଳରୁ ୪୩, ଢେଙ୍କାନାଳରୁ ୩୮, ଦେବଗଡ଼ରୁ ୧୯, କନ୍ଧମାଳରୁ ୧୭, ଭଦ୍ରକରୁ ୧୬, ମାଲକାନଗିରିରୁ ୧୦ ଓ ରାଜ୍ୟପୁଲରୁ ୨୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର