ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ବର: ଭୁବନେଶ୍ବରରେ ଥିବା ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କୁ ସେବା ଯୋଗାଣ ନେଇ ପୁଣି ବିବାଦ ଦେଖାଦେଇଛି। ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଛି। ପଇତାଲାଗି ନୀତି ହିଁ ଏହାର କାରଣ ହୋଇଛି। ଏଥି ଯୋଗୁ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହୋଇଛି। ମଙ୍ଗଳବାର ସନ୍ଧ୍ୟା ଧୂପଠାରୁ ଠାକୁରଙ୍କ ନୀତି ବନ୍ଦ ରହିଛି। ବୁଧବାର ଯଦି ଏହି ବିବାଦ ନଛିଡ଼େ ତେବେ ପ୍ରଭୁ ଲିଙ୍ଗରାଜ ଉପାସ ରହିପାରନ୍ତି ବୋଲି କେତେକ ସେବାୟତ ପ୍ରକାଶ କରିଛନ୍ତି।

ଗତବର୍ଷଠାରୁ ନିଯୋଗ ମଧ୍ୟରେ ଏହି ବିବାଦ ଲାଗି ରହିଥିଲେ ବି ଦେବୋତ୍ତର ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ବିବାଦ ଛିଡିବାରେ ବିଳମ୍ବ ହେଉଛି। ତେଣୁ ସେ ଯାହା ହେଉନା କାହିଁକି ଯେ କୌଣସି ବିବାଦ ଲାଗିଲେ ବି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ନ ହେଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର