ଅନସୂୟା ପ୍ରଧାନ ବାଲେଶ୍ବର ଜିଲ୍ଲା ପରିଷଦ ଉପସଭାପତି

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାର ଆଜି ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ ନିର୍ବାଚନ ଥିଲା। ଏହି ପଦ ପାଇଁ ବାଲେଶ୍ବର ଜିଲ୍ଲାରୁ ଅନସୂୟା ପ୍ରଧାନଙ୍କୁ ମନୋନୀତ କରାଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବାଲେଶ୍ବର ଜିଲ୍ଲାରେ ୪୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ଏକାକୀ ୩୯ଟି ଜୋନ୍‌ରେ ବିଜୟଲାଭ କରିଥିବା ବେଳେ ଶ୍ରୀମତୀ ପ୍ରଧାନ ଜଳେଶ୍ବର ବ୍ଲକ ୯ ନମ୍ବର ଜୋନ୍‌ରୁ ବିଜେଡି ଟିକଟରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଜୋନ୍‌ରେ ସେ ୧୯୪୭୩ ଖଣ୍ଡ ଭୋଟ୍‌ ପାଇ ବିଜେପି ପ୍ରାର୍ଥୀ ମାଧବିକା ଜେନାଙ୍କୁ ହରାଇଥିଲେ।

ଗତ ୧୩ ତାରିଖରେ ବାଲେଶ୍ବର ସଦର ବ୍ଲକ ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ପ୍ରଧାନଙ୍କୁ ଜିଲ୍ଲା ପରିଷଦ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଆଜି ଜଳେଶ୍ବର ବ୍ଲକ ୯ ନମ୍ବର ଜୋନ୍‌ରୁ ଶ୍ରୀମତୀ ପ୍ରଧାନଙ୍କୁ ଉପସଭାପତି ଭାବେ ମନୋନୀତ କରା ଯାଇଥିବା ଜଣାଯାଇଛି। ଶ୍ରୀମତୀ ପ୍ରଧାନଙ୍କ ଘର ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତର ଚକଅର୍ଜୁନୀ ଗ୍ରାମରେ। ଜଣେ ଉଚ୍ଚଶିକ୍ଷିତା ମହିଳା ଭାବେ ସେ ବେଶ ପରିଚିତ। ତେବେ ଜିଲ୍ଲା ପରିଷଦ ଉପସଭାପତି ଦାୟିତ୍ବ ତାଙ୍କୁ ମିଳିବା ପରେ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଏହାକୁ ସେ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର