ରେଳ ବୋର୍ଡର ନୂତନ ବିତ୍ତ ଆୟୁକ୍ତଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଭାରତୀୟ ରେଳବୋର୍ଡର ନୂତନ ବିତ୍ତ ଆୟୁକ୍ତ (ଫାଇନାନ୍‌ସ କମିସନର) ଓ ଭାରତ ସରକାରଙ୍କ ପଦ ପ୍ରଯୁକ୍ତ ସଚିବ ଭାବେ ଅନୁପ କୁମାର ପ୍ରସାଦ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରସାଦ ହେଉଛନ୍ତି ଭାରତୀୟ ରେଳପଥ ଆକାଉଣ୍ଟ୍‌ସ ସେବା ୧୯୮୧ ବ୍ୟାଚ୍‌ର ଅଧିକାରୀ। ସେ ଉତ୍ତର ରେଳପଥର ପ୍ରମୁଖ ବିତ୍ତ ପରାମର୍ଶଦାତା ଓ ସୋଲାପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ରେଳପଥର ଜଣେ ଦକ୍ଷ ଅଧିକାରୀ ଭାବେ ବେଶ୍‌ ଜଣାଶୁଣା।

ସମ୍ବନ୍ଧିତ ଖବର