ଚଳିତମାସ ଶେଷ ସୁଦ୍ଧା ରସଗୋଲା ପାଇଁ ଜିଆଇ ଆବେଦନ

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା ‘ଜଗନ୍ନାଥ ରସଗୋଲା’କୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ। ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ପଶ୍ଚିମବଙ୍ଗକୁ ବାଂଲାର ରସଗୋଲାର ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ତତ୍ପରତା ଦେଖାଇଛନ୍ତି।

୨ ଦିନ ତଳେ ରାଜ୍ୟ ସରକାର ‘ଜଗନ୍ନାଥ ରସଗୋଲା’ ନାଁରେ ଆବେଦନ କରାଯିବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ସଂଘ ଏହାକୁ ଆବେଦନ କରିପାରନ୍ତି ବୋଲି କୁହାଯାଇଥିଲା। ଅପରପକ୍ଷରେ ଗତ ୧୬ତାରିଖରେ ଶ୍ରୀ ସାମଲ ଆସନ୍ତା ୭ଦିନ ମଧ୍ୟରେ ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ ବୋଲି ଗଣମାଧ୍ୟମକୁ କହିଥିଲେ। ତେବେ ଚଳିତମାସ ଶେଷ ସୁଦ୍ଧା ରସଗୋଲା ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର