ସିପିଇଟି ପାଇଁ ଆଜିଠୁ ଆବେଦନ

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅନୁଷ୍ଠିତ ହେବ। ସାମ୍‌ସ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ସାମ୍‌ସ) ମାଧ୍ୟମରେ ହେବାକୁ ଥିବା ଏହି ନାମଲେଖା ପାଇଁ ସୋମବାର ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ ପୂରଣ କରି ଆସନ୍ତ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୨୦ରେ ସାମ୍‌ସ ୱେବସାଇଟ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ଯାଏ ରାଜ୍ୟବ୍ୟାପୀ ସିପିଇଟି ଅନୁଷ୍ଠିତ ହେବ। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀ ୧୨ରୁ ୧୭ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ କରିପାରିବେ। ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟମେଣ୍ଟ ତାଲିକା ପ୍ରକାଶ ସହ ୨୮ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ। ନଭେମ୍ବର ୪ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟମେଣ୍ଟ ତାଲିକା ପ୍ରକାଶ କରାଯିବ ଏବଂ ୯ ତାରିଖ ପର୍ଯ୍ୟନ୍ତ ନାମ ଲେଖା ହେବ। ଶିକ୍ଷାନୁଷ୍ଠାନଗୁଡ଼ିକ ନଭେମ୍ବର ୧୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଇ-ସ୍ପେସ୍‌ରେ ଅପଲୋଡ୍‌ କରିବେ। ନଭେମ୍ବର ୧୨ରେ ଖାଲିଥିବା ସିଟ୍‌ ତାଲିକା ସାମ୍‌ସ ୱେବସାଇଟ୍‌ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର