ଅର୍ଚ୍ଚନା ନାଗ ମାମଲା: ସୁପ୍ରିମ୍‌ କାର୍‌ ବଜାର ଉପରେ ଇଡିର ଚଢ଼ଉ

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଖଗେଶ୍ବର ପାତ୍ରଙ୍କ ପୁରୁଣା କାର୍‌ ସୋ’ରୁମ୍‌ ସୁପ୍ରିମ୍‌ ବଜାର ଉପରେ ପୁଣିଥରେ ଚଢ଼ଉ କରାଯାଇଛି। ସେଠାରୁ ଜବତ ହୋଇଥିବା କାଗଜପତ୍ର, କମ୍ପ୍ୟୁଟର୍‌ ଆଦିରୁ ଇଡିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି। ସେହି ତଥ୍ୟକୁ ଆଧାର କରି ଖଗେଶ୍ବରକୁ ପଚରାଉଚରା କରାଯାଉଛି। ଆଜି ରିମାଣ୍ଡ୍‌ର ଦ୍ବିତୀୟ ଦିନରେ ଖଗେଶ୍ବର ଇଡି ସମ୍ମୁଖରେ ଅନେକ ଗୁମର ଖୋଲିଛି। ସେହି ସବୁ କଥାକୁ ଆଧାର କରି ଖୁବ୍‌ଶୀଘ୍ର ଅନ୍ୟ ସ୍ଥାନରେ ଚଢ଼ଉ କରାଯିବା ସହ କେତେ ଜଣଙ୍କୁ ନୋଟିସ୍ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

ଏଠାରେ ପ୍ରକାଶ ଥାଉକି, ଅର୍ଚ୍ଚନା ନାଗ ମାମଲାରେ ଇଡି ୧୦ଦିନ ପାଇଁ ଖଗେଶ୍ବରକୁ ରିମାଣ୍ଡରେ ଆଣିଛି। ରିମାଣ୍ଡରେ ବେଳେ ତାର ମାରାଥନ ଜେରା ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର