ଆଇଏଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ: ଅର୍ଥ ବିଭାଗରେ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ନୂତନ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଜ୍‌ ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି। ସେହିପରି ୨୦୦୫ ବ୍ୟାଜ୍‌ ଆଇଏଏସ୍‌ ଅଧିକାରୀ ରତ୍ନାକର ରାଉତ ପଶୁ ସମ୍ପଦ ବିଭାଗରେ ନୂଆ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର