ଆବୁଧାବିରେ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲ୍‌ଟେବୁଲ୍‌ ବୈଠକ; ଉର୍ଜାକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

ଚଣ୍ଡିଖୋଲରେ ତୈଳ ଭଣ୍ଡାର କାମରେ ୟୁଏଇ ପୁଣି ଅଂଶଗ୍ରହଣ କରିବାକୁ ଅନୁ‌େରାଧ

ଭୁବନେଶ୍ବର: ଭାରତରେ ଉର୍ଜାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଆଗାମୀ ଦୁଇ ଦଶନ୍ଧିରେ ବିଶ୍ବ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ। ଭାରତ ଓ ଚୀନ୍‌ର ଏହାର ୮୦ ଭାଗ ଅଂଶୀଦାର ହେ‌େବ। ବିଶ୍ବର ଶକ୍ତି ଚାହିଦା ବଢ଼ିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ। ୨୦୪୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଏବଂ ଏହା କୋଇଲା ଠାରୁ ଆଗେଇ ଯାଇ ଭବିଷ୍ୟତରେ ଉର୍ଜା ମିଶ୍ରଣର ୩୦ ପ୍ରତିଶତରେ ପହଞ୍ଚିବ। ଆବୁଧାବିରେ ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲ୍‌ଟେବୁଲ୍‌ ବୈଠକରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ଏହି ମତ ଦେଇଛନ୍ତି। ଏସିଆ ତଥା ବିଶ୍ବର ବିକାଶ ପାଇଁ ଉର୍ଜା ସୁରକ୍ଷା ଓ ବୈଷୟିକ ଜ୍ଞାନକୌଶଳର ଭୂମିକା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ୍‌ ଇ ସୁଏଲ୍‌ ମହମ୍ମଦ ଅଲ୍‌ ମଜ୍‌ରୋଇଙ୍କ ସହ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଥିଲେ। ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ସହଯୋଗକୁ ଦୃଢ଼ କରିବା ଉପରେ ଉଭୟ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବିଶେଷ କରି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିତ ହାଇଡ୍ରୋକାର୍ବନ୍ କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ୍ କରିବା ଦିଗରେ ରାସ୍ତା ବାହାର କରିବା ପାଇଁ ଆଲୋଚନା ହୋଇଥିଲା। ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁରଠାରେ ହେବାକୁ ଥିବା ହେବାକୁ ଥିବା ପେଟ୍ରୋଲିୟମ୍ ଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ। ସେହିପରି ଶ୍ରୀ ପ୍ରଧାନ ଓପେକ୍‌ର ମହାସଚିବ ଏଚ୍‌ଇ ମହମ୍ମଦ ସାନୁସି ବାର୍କି‌େଣ୍ଡାଙ୍କ ସହ ସାକ୍ଷାତ କରିଥିଲେ। ବିଶ୍ବସ୍ତରରେ ଅଶୋଧିତ ତୈଳର ସନ୍ତୁଳନ ଓ ହାରାହାରି ମୂଲ୍ୟ ନିର୍ଦ୍ଧାରଣ ପାଇଁ ଉଭୟ ଗୁରୁତ୍ବାରୋପ କରିଥିଲେ। ଭାରତ ପାଇଁ ଓପେକ୍ ଏକ ଗୁରୁତ୍ବନୂର୍ଣ୍ଣ ଉର୍ଜା ସହଯୋଗୀ ଅଟେ। ଭାରତ ଓ ଓପେକ୍‌ ମଧ୍ୟରେ ସହଯୋଗ ବୃଦ୍ଧି ଓ ଉର୍ଜା ସୁରକ୍ଷା ନିମନ୍ତେ ଉଭୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସମ୍ମତି ଜଣାଇଥିଲେ। ଭିଏତ୍‌ନାମର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଏଚ୍‌ଇ ଟ୍ରାନ୍ ଟ୍ବାନ୍ ଆନହାଙ୍କୁ ଶ୍ରୀ ପ୍ରଧାନ ସାକ୍ଷାତ କରି ଭାରତ ଓ ଭିଏତ୍‌ନାମ ମଧ୍ୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ସହଯୋଗ ପାଇଁ ଆଲୋଚନା କରିଥିଲେ। ଭିଏତ୍‌ନାମର ମନ୍ତ୍ରୀ ଭାରତୀୟ କମ୍ପାନିଗୁଡ଼ିକୁ ଏଲ୍‌ଏନ୍‌ଜି, ରିଫାଇନାରି ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର