ହଟ୍ଟଗୋଳ ଯୋଗୁଁ ୧୧: ୩୦ ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର: ଶୁକ୍ରବାର ପୂର୍ବାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଯୁକ୍ତି ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଆଧାର କରି ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ହୋ ହଲ୍ଲା କରିବାରୁ ବାଚସ୍ପତି ବାଧ୍ୟ ହୋଇ ପୂର୍ବାହ୍ନ ୧୧: ୩୦ ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

ଗୃହ ମୁଲତବି ପରେ ବିଧାୟକମାନେ ବ୍ୟାନର୍‌ ଆଦି ଧରି ଶୋଭାଯାତ୍ରାରେ ରାଜଭବନ ଅଭିମୁଖେ ଯାଉଛନ୍ତି। ସେମାନେ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟି କେନ୍ଦ୍ରୀୟ ଅବହେଳା ଓ ନିଯୁକ୍ତି ପ୍ରସଙ୍ଗରେ ସ୍ମାରକ ପତ୍ର ଦେବେ।

ସମ୍ବନ୍ଧିତ ଖବର