ସେପ୍ଟେମ୍ବର ୧ରୁ ବିଧାନସଭା

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ୫ ତାରିଖରେ ରବିବାର ଛୁଟି ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍‌ ରଖାଯାଇଛି।

‌ଷୋଡ଼ଶ ବିଧାନସଭାର ଏହି ସପ୍ତମ ଅଧିବେଶନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ମୌସୁମୀ ଅଧିବେଶନରେ ମଧ୍ୟ ପୂର୍ବ ପରି କୋଭିଡ୍‌ ଗାଇଡ୍‌ଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ।

ସମ୍ବନ୍ଧିତ ଖବର