ପ୍ରଧାନଶିକ୍ଷକଙ୍କୁ ମାଡ଼, ଥାନାରେ ମାମଲା

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ କାଠକଟା ପଞ୍ଚାୟତ ଚତୁରିସାହି ପ୍ରାଥମିକ ବିଦ୍ୟାଳୟରେ ପଶି ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀ ସ୍ଥାନୀୟ କାଠକଟା ମହାନ୍ତିସାହିର ବିଜୟ ମହାନ୍ତ ବୋଲି ଜଣାପଡ଼ିଛି। ଏନେଇ ପ୍ରଧାନଶିକ୍ଷକ ଗୋପାଳ ସାହୁ ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୁଲିସ କେସ୍‌ ନମ୍ବର ୨୩୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନ ୧୦ଟା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଥମେ ସ୍କୁଲ୍‌ରେ ପହଞ୍ଚିଥିଲେ। ବିଜୟ ତାଙ୍କୁ ଭିତରକୁ ଛାଡ଼ି ନଥିଲା। ପରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ ପହଞ୍ଚିବା ପରେ ବିଜୟ ତାଙ୍କୁ ବିଦ୍ୟାଳୟ ଭିତରକୁ ନ ଛାଡ଼ି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ବିଦ୍ୟାଳୟ କମିଟିର ନିଷ୍ପତ୍ତି ପରେ ପ୍ରଧାନଶିକ୍ଷକ ଗତକାଲି ରାତିରେ ଏନେଇ ଥାନାରେ ଏତଲା ଦେଇଥିଲେ। ସୋମବାର ଘଟଣାର ତଦନ୍ତ କରାଯିବା ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମନୋରଂଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର