ଶପଥ ନେଲେ ରାଜ୍ୟ ସୂଚନା କମିସନର ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ବର : ରାଜ୍ୟ ସୂଚନା କମିସନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ଥିଲେ।

ଆଜି ପୂର୍ବାହ୍ନରେ ରାଜଭବନରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା ନିଯୁକ୍ତି ସଂପର୍କିତ ରାଜ୍ୟପାଳଙ୍କ ନିର୍ଦେଶନାମା ପାଠ କରିବା ପରେ ଶ୍ରୀ ମହାପାତ୍ର ଓଡ଼ିଆରେ ଶପଥ ପାଠ କରିଥିଲେ। ଏହି ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିସନର ଶଶିପ୍ରଭା ବିନ୍ଧାଣୀ, ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ସମେତ ପୂର୍ବତନ ରାଜ୍ୟ ସୂଚନା କମିସନର ଜଗଦାନନ୍ଦ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ବିଭାଗର ଅତିରିକ୍ତ ନିର୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦେଶକ ବିପିନ ବିହାରୀ ବାରିକ ଓ ସୁଭାଷ ସୂପକାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର