ଦୁଇ ବର୍ଷର ଝିଅକୁ କରୋନା, ବାଲେଶ୍ୱର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ଏହି ଆକ୍ରାନ୍ତ

ଅନ୍ୟ ଆକ୍ରାନ୍ତଜଣକ ୩୨ ବର୍ଷ ବୟସ୍କ ଯୁବକ

ବାଲେଶ୍ୱର: ଆଜି ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ବାଲେଶ୍ୱର ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଜଣଙ୍କ ସଂପର୍କରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।

ତାଙ୍କର ସୂଚନା ଅନୁଯାୟୀ, ନୀଳଗିରି ରାଜବରହମପୁର ଥାନା ଅଞ୍ଚଳର ଦୁଇ ବର୍ଷର ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତାଙ୍କ ବାପା ମା’ଙ୍କ ନମୁନାର ରିପୋର୍ଟ ଏଯାଏଁ ଆସି ନ ଥିବା ବେଳେ ଝିଅର ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଆକ୍ରାନ୍ତଜଣଙ୍କ ୩୨ ବର୍ଷ ବୟସର ଜଣେ ଯୁବକ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ୱରରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲାର ଓ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ଓଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବା ବେଳେ ୬୮ ଜଣଙ୍କର ପଜିଟିଭ୍ ବାହାରିଛି ।

ସମ୍ବନ୍ଧିତ ଖବର