ବନ୍ଦେ ଉତ୍କଳ ଜନନୀ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଉ: ସୌମ୍ୟରଞ୍ଜନ

ଭୁବନେଶ୍ବର : ସଭା ସମିତିରେ ପରିବେଷଣ ହେଉଥିବା ବନ୍ଦେ ଉତ୍କଳ ଜନନୀ ସଂଗୀତର ଗାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇନି। ଏପରିକି କେଉଁଠି ୨ ମିନିଟ୍, ୩ ମିନିଟ୍ ତ ପୁଣି କେଉଁଠି ୫ ମିନିଟ୍ ପରିବେଷଣ କରାଯାଉଥିବା ଦେଖିବାକୁ ମିଳୁଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ବନ୍ଦେ ଉତ୍କଳ ଜନନୀ କେତେ ସମୟ ପାଇଁ ବୋଲାଯିବ ସେଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହେବା ଉଚିତ୍। ସମୟ ନିର୍ଦ୍ଧାରିତ ନ ହୋଇଥିବାରୁ ବିଭିନ୍ନ ସଭା ସମିତିକୁ ଗଲାବେଳେ ଆୟୋଜକମାନେ ସେମାନଙ୍କ ଇଚ୍ଛା ଓ ସୁବିଧା ମୁତାବକ ପରିବେଷଣ କରୁଛନ୍ତି। ଗୃହରେ ଉପସ୍ଥିତ ଥିବା ସଂସ୍କୃତି ମନ୍ତ୍ରୀ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଉଭୟ ବିଭାଗର ମନ୍ତ୍ରୀ ଏ ଅସଂଗତି ଦୂର କରିବା ପାଇଁ ପଦକ୍ଷେପ ନେବା ଉଚିତ୍।

ସମ୍ବନ୍ଧିତ ଖବର