ମାଁ ସମଲେଶ୍ବରୀଙ୍କ ଷୋଳପୂଜା ଆରମ୍ଭ

ସମ୍ବଲପୁର: ଶନିବାର ମୂଳାଷ୍ଟମୀ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଆଜିଠାରୁ ମାଆଙ୍କ ନିକଟରେ ‌ସ୍ବତନ୍ତ୍ର ଷୋଡ଼ଶ ଦିନାତ୍ମକ ଦୀପ ପ୍ରଜ୍ଜ୍ବଳନ କରା ଯାଇଥିଲା।

ସ୍ବତନ୍ତ୍ର ପୂଜା ବିଧି ସହ ମାଆଙ୍କ ପୀଠରେ ଶାରଦୀୟ ଉତ୍ସବ ଆରମ୍ଭ ହୋଇଛି। ପୁଅ ଜୀଉଁତିଆ ଓଷା ମଧ୍ୟ ପାଳିତ ହୋଇଛି। ଆସନ୍ତା ୨୫ ତାରିଖ ମହାଳୟା ଦିନ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ।

ସମ୍ବନ୍ଧିତ ଖବର